www.samajalive.in
Saturday, December 6, 2025
26.1 C
Bhubaneswar

ମା’ ହେଲେ ବଲିଉଡ ଅଭିନେତ୍ରୀ ୟାମୀ ଗୌତମ

ମୁମ୍ବଇ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଘରକୁ ଆସିଛନ୍ତି କୁନି ଅତିଥି। ମା’ ହୋଇଛନ୍ତି ୟାମୀ ଗୌତମ। ଦମ୍ପତିଙ୍କର ପୁତ୍ର ସନ୍ତାନ ହୋଇଥିବା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଆଦିତ୍ୟ। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ୟାମୀ। ସେ ତାଙ୍କର ପୁଅର ନାମ ‘ବେଦାଭିଦ୍‌‌’ ରଖିଛନ୍ତି। ଏହା ଭଗବାନ ବିଷ୍ଣୁଙ୍କର ଏକ ନାମ ବୋଲି କୁହାଯାଉଛି। ଏହି ଖବର ଜଣାପଡିବା ପରେ ୟାମୀ ଓ ଆଦିତ୍ୟଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକ ଫ୍ୟାନ୍ସମାନଙ୍କ ତରଫରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛା ସୋସିଆଲ ମିଡ଼ିଆରେ ଆସୁଛି। ୨୦୨୧ ଜୁନ ୪ରେ ୟାମୀ ଓ ଆଦିତ୍ୟଙ୍କ ବିବାହ ହୋଇଥିଲା। ବିବାହର ତିନି ବର୍ଷ ପରେ ଉଭୟ ବାପା ମା ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ୟାମୀଙ୍କୁ ବଲିଉଡ ଫିଲ୍ମ ‘ଆର୍ଟିକେଲ ୩୭୦’ରେ ଶେଷ ଥର ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟକୁ ଫ୍ୟାନ୍ସମାନେ ଭୁରି ଭୁରି ପ୍ରଶଂସା କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories