www.samajalive.in
Friday, December 5, 2025
23.1 C
Bhubaneswar

ଏହି ରଙ୍ଗର ପର୍ସ ରଖନ୍ତୁ ପାଖରେ; ଚମକିବ ଭାଗ୍ୟ, ଅର୍ଥ ଅଭାବ ଦୂର ହେବ

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କିଛି ଶୁଭ ରଙ୍ଗର ଜିନିଷ ନିଜ ପାଖରେ ରଖୁଛ ତେବେ ଏହା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଓ ଖୁସିର ଭଣ୍ଡାର ଖୋଲିଥାଏ। ଏହି ଶୁଭ ରଙ୍ଗର ଜିନିଷ ଗୁଡିକ ମାନ-ସମ୍ମାନ, ପ୍ରଗତି ଏପରିକି ସବୁ କ୍ଷେତ୍ରରେ ସଫଳତା ଆଣିଦିଏ। ଏଥିପାଇଁ ୬ଟି ଶୁଭ ରଙ୍ଗର ପର୍ସ ରଖିବାକୁ ପଡିବ। ଯାହା ଆପଣଙ୍କୁ ଭାଗ୍ୟବାନ କରିପାରେ। କେଉଁ ରଙ୍ଗର ପର୍ସ ରଖିବେ ଚାଲନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର କଣ କହୁଛି . . .
ନୀଳ ରଙ୍ଗର ପର୍ସ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ନୀଳ ରଙ୍ଗର ପର୍ସ ନିଜ ପାଖରେ ରଖୁଛନ୍ତି ତେବେ ଏଥିରୁ ଆପଣଙ୍କ କ୍ୟାରିୟରରେ ଶାନ୍ତି, ମାନସିକ ସ୍ତରରେ ଶାନ୍ତି ଏବଂ ସ୍ଥିରତା ଦେବେ। ଆର୍ଥିକ ସଙ୍କଟକୁ ମଜବୁତ କରିବାରେ ନୀଳ ରଙ୍ଗର ପର୍ସ ମଧ୍ୟ ସହାୟକ ହୋଇଥାଏ।
ସବୁଜ ରଙ୍ଗ
ଯଦି ଆପଣ ଚାହାଁନ୍ତି ଯେ ଆର୍ଥିକ ସଙ୍କଟ ଦୂର ହୋଇ ପ୍ରଗତି ହେଉ ତେବେ ଏହି ରଙ୍ଗର ପର୍ସ ନିଜ ପାଖରେ ରଖନ୍ତୁ। ଆୟ ବୃଦ୍ଧି ହେବା ସହ ସବୁର ରଙ୍ଗ ଜୀବନରେ ସକରାତ୍ମକ ପ୍ରଭାବ ପକାଏ।
ନାଲି ରଙ୍ଗ
ନାଲି ରଙ୍ଗ ଅଗ୍ନି ଉପାଦାନର ରଙ୍ଗ ବୋଲି ବିବେଚନା କରାଯାଏ। ଯଦି ଜଣେ ବ୍ୟକ୍ତି ଏହି ରଙ୍ଗର ଏକ ପର୍ସ ରଖେ ତେବେ ତାଙ୍କ ଜୀବନରେ ସମୃଦ୍ଧତା ଏବଂ ଖ୍ୟାତି ଅର୍ଜନ ହୋଇଥାଏ। ଏହି ରଙ୍ଗ ଅର୍ଥକୁ ଆକର୍ଷିତ କରିବାରେ ମଧ୍ୟ ସହାୟକ ହୋଇଥାଏ। କିନ୍ତୁ ନାଲି ଅଗ୍ନି ଉପାଦାନର ରଙ୍ଗ ହେତୁ ଏହା ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢାଇପାରେ।
ବାଦାମୀ ରଙ୍ଗ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାଦାମୀ ରଙ୍ଗ ପୃଥିବୀକୁ ପ୍ରତିନିଧିତ୍ୱ କରିଥାଏ। ଏହି ରଙ୍ଗର ପର୍ସ ରଖିବା ଦ୍ୱାରା ଆପଣଙ୍କୁ ଆର୍ଥିକ ରୂପରେ ମଜବୁତ ହେବାର ଶକ୍ତି ମିଳିଥାଏ।
ହଳଦିଆ ରଙ୍ଗ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ହଳଦିଆ ରଙ୍ଗ ପର୍ସ ରଖୁଛନ୍ତି ତେବେ ଆର୍ଥିକ ଅଭାବ ଦୂର ହେବା ସହ ଆପଣଙ୍କୁ ମଜବୁତ କରିବ। ଜୀବନରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇବ। ହଳଦିଆ ରଙ୍ଗ ସୂର୍ଯ୍ୟଙ୍କ ରଙ୍ଗ ବୋଲି ବିବେଚନା କରାଯାଏ।
କମଳା ରଙ୍ଗ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କମଳା ରଙ୍ଗ ଜୀବନ୍ତ ଏବଂ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ଯେଉଁ ବ୍ୟକ୍ତି ଏହି ରଙ୍ଗର ପର୍ସ ନିଜ ପାଖରେ ରଖନ୍ତି ସେମାନଙ୍କ ଜୀବନରେ ସଫଳତା, ମାନ-ସମ୍ମାନର କୌଣସି ଅଭାବ ରହିନଥାଏ।

ଭାରତର ଏହି କୋଣରେ ଅଛି ଯମରାଜଙ୍କ ମନ୍ଦିର: ଯିବାକୁ ଡରନ୍ତି ଲୋକେ, ଇତିହାସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories