www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠୁ ତ୍ରିଗ୍ରହୀ ଯୋଗ: ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ବୃଷ ରାଶିରେ ଶୁକ୍ର, ସୂର୍ଯ୍ୟ ଏବଂ ଗୁରୁଙ୍କ ମିଳନ ଯୋଗୁ ତ୍ରିଗ୍ରହୀ ଯୋଗ ସ୍ଥାପନ ହେଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିନି ଗ୍ରହର ମିଳନକୁ ତ୍ରିଗ୍ରହୀ ଯୋଗ କୁହାଯାଏ। କୌଣସି ରାଶିରେ ୩ ଗ୍ରହ ଏକ ସମୟରେ ପ୍ରବେଶ କରିବା ହେତୁ ତ୍ରିଗ୍ରହ ଯୋଗ ବନିଥାଏ। ଏହି ଯୋଗ ବହୁତ ଶୁଭଙ୍କର ବୋଲି ଧରାଯାଏ। ଆଜି ଅର୍ଥାତ ମେ ୨୦ ତାରିଖଠାରୁ ବୃଷ ରାଶିରେ ତ୍ରିଗ୍ରହ ଯୋଗ ଆରମ୍ଭ ହେଉଛି। ଏହି ଯୋଗ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭ ଫଳ ଦେବ। ଆସନ୍ତୁ ଜାଣିବା ଏସବୁ ରାଶି ବିଷୟରେ…

ବର୍ତ୍ତମାନ ବୃଷ ରାଶିରେ ଗୁରୁ ଏବଂ ଶୁକ୍ର ବିରାଜମାନ ଅଛନ୍ତି। ସେହିପରି ସୁଖ, ସମୃଦ୍ଧିର କାରକ ଶୁକ୍ର ବି ଆଜି ବୃଷ ରାଶିରେ ପ୍ରବେଶ କରିଛନ୍ତି। ଏହି ଯୋଗ ସ୍ଥାପନ ହେଲେ କିଛି ରାଶିର ବ୍ୟକ୍ତି ବହୁତ ଲାଭବାନ ହୋଇଥାଆନ୍ତି।

- Advertisement -

ମେଶ ରାଶି: ବୃଷ ରାଶିରେ ତ୍ରିଗ୍ରହୀ ଯୋଗ ସ୍ଥାପନ ହେତୁ ମେଷ ରାଶିର ଲୋକଙ୍କୁ ବହୁତ ଭଲ ଫଳ ମିଳିବ। ଏହି ରାଶିର ବ୍ୟକ୍ତିଙ୍କ ସୁଖସୁବିଧା ବୃଦ୍ଧି ପାଇବ। ସମାଜରେ ଲୋକପ୍ରିୟତା ବଢ଼଼ିବ। କ୍ୟାରିୟରରେ ଆଗକୁ ବଢ଼଼ିବାର ଅନେକ ନୂଆ ଏବଂ ଭଲ ଅବସର ମିଳିପାରିବ। ଆର୍ଥିକ ଭାବେ ସମୃଦ୍ଧ ହେବେ। ବାଣିଜ୍ୟ କ୍ଷେତ୍ରରେ ବି ଫାଇଦା ମିଳିବ। ଶୁକ୍ର ଏବଂ ଗୁରୁ ମିଶି ସମସ୍ତ ଭୌତିକ ସୁଖସୁବିଧା ପ୍ରଦାନ କରିବେ। ଏହି ରାଶିର ବ୍ୟକ୍ତି ଅଧିକ ଧନ ଅର୍ଜନ କରିବାରେ ସକ୍ଷମ ହେବେ। ନୂଆ ଚାକିରିର ସୁବିଧା ମିଳିବ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କୁ ବି ତ୍ରିଗ୍ରହୀ ଯୋଗର ବହୁତ ଫାଇଦା ହାସଲ ହେବ। ଜୀବନ ସୁଖସମୃଦ୍ଧିରେ ଭରିଯିବ। ଅଟକି ରହିଥିବା ସମସ୍ତ କାମ ପୂରଣ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଆକସ୍ମିକ ଧନପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ମଧ୍ୟ ପ୍ରାପ୍ତି ହେବ। ସୂର୍ଯ୍ୟ, ଗୁରୁ ଏବଂ ଶୁକ୍ରଙ୍କ ବିଶେଷ କୃପା ରହିବ। ସମାଜରେ ବହୁତ ନାମ କମାଇବେ। ମାନସମ୍ମାନ ବୃଦ୍ଧି ପାଇବ।

କୁମ୍ଭ ରାଶି: କୁମ୍ଭ ରାଶିର ଲୋକମାନଙ୍କୁ ବି ତ୍ରିଗ୍ରହୀ ଯୋଗର ଉତ୍ତମ ପରିଣାମ ମିଳିବ। ସୂର୍ଯ୍ୟ ଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିମାନଙ୍କ ଭିତରେ ସାହସ, ଶକ୍ତି ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଲୋକଙ୍କ ପ୍ରଶଂସାର ପାତ୍ର ହେବେ। ସମସ୍ତ ଅଧୁରା କାମ ସମ୍ପନ୍ନ ହେବ। କ୍ୟାରିୟରେ ବହୁତ ଆଗକୁ ବଢ଼଼ିବେ। ସ୍ତ୍ରୀଙ୍କ ସହିତ ସମ୍ପର୍କ ପୂର୍ବାପେକ୍ଷା ଅଧିକ ମଜଭୁତ ହେବ। ଧନ ଏବଂ ସମ୍ମାନ ବୃଦ୍ଧି ପାଇବ। ବିଦେଶ ଭ୍ରମଣର ସୁଯୋଗ ମିଳିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories