www.samajalive.in
Thursday, December 11, 2025
15.1 C
Bhubaneswar

ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଆଲୋଚନାଚକ୍ର

ଆଠଗଡ: ଆଠଗଡ ଯୁବ ସାହିତ୍ୟ ସାଂସଦ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଶୁକ୍ରବାର ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଲକ୍ଷ୍ମଣ ଯାଦବ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଦେଶର ସମ୍ବିଧାନ ସଂକଟରେ ରହିଥିବାରୁ ଏହାର ସୁରକ୍ଷା ଲାଗି ସମସ୍ତଙ୍କର ଆନ୍ତରିକ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଡଃ ବିଆର ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ଦେଶର ସମ୍ବିଧାନ ଯୋଗୁଁ ଆମେ ସମସ୍ତେ ନିଜର ଅଧିକାର ସାବ୍ୟସ୍ତ କରିପାରୁଛେ। ଦେଶରେ ଶାସନ କ୍ଷମତାରେ ଥିବା ଦଳ ଓ ନେତା ସମ୍ବିଧାନକୁ ନିଜ ମନ ମୁତାବକ ବଦଳାଇବାକୁ ଚାହୁଁଛନ୍ତି, ଯାହାକି ଦେଶ ପାଇଁ ବିପଦ ବୋଲି ଶ୍ରୀ ଯାଦବ ମତପ୍ରକାଶ କରିଥିଲେ।

ଏଥିରେ ସମ୍ମାନିତ ବକ୍ତା ଭାବେ ଓବିସି ନେତା ତଥା ସାମ୍ବାଦିକ ଅଶୋକ କୁମାର ବରାଳ ଯୋଗଦେଇ ଓଡିଶା ସରକାର ୭ବର୍ଷ ପୂର୍ବରୁ ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବା ପାଇଁ ଦାବି କରିଆସୁଥିବାବେଳେ କେନ୍ଦ୍ର ସରକାର କର୍ଣ୍ଣପାତ କରିଲେ ନାହିଁ। ଆଉ ଏବେ ନିର୍ବାଚନ ସମୟରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିରୋଧୀ ବିଜେପି ଦଳ ସରକାର ଗଠନ କଲେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କା କରିବେ ବୋଲି ମିଥ୍ୟା ପ୍ରତିଶୃତି ଦେଉଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ବକ୍ତା ଭାବେ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ଦେଶ ଏବେ ଏକ ଘଡିସନ୍ଧି ମୁହୂର୍ତ୍ତରେ ରହିଛି ଏବଂ କିଛି ମନୁବାଦୀ ସମ୍ବିଧାନକୁ ମାରିଦେବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିବା ସହ ସମ୍ବିଧାନ ବଞ୍ଚାଇବା ସହ ଦେଶକୁ ବଞ୍ଚାଇବା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ଗଣତନ୍ତ୍ରର ଏହି ମହାନ ପର୍ବ ସାଧାରଣ ନିର୍ବାଚନରେ ଆମେ ଯଦି ଭୁଲ ନିଷ୍ପତ୍ତି ନେବା ତେବେ ତାହା ଦେଶ ପାଇଁ ମହାବିପଦ ଆଣିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଜଣେ ଜଣେ ସଚେତନ ନାଗରିକ ଭାବେ ଦେଶର ସମ୍ବିଧାନକୁ ବଞ୍ଚାଇବା ଲାଗି ଉପଯୁକ୍ତ ପ୍ରାର୍ଥୀ ଓ ଦଳକୁ ଭୋଟ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଯୁବ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ନିରାକାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର ପରିଚାଳନାରେ ସାମ୍ବାଦିକ ବିକାଶ ଦୁଆରୀ, ମୁଖ୍ୟ ସଂଯୋଜକ ଜଗବନ୍ଧୁ ତୁଙ୍ଗସାମନ୍ତ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ଯୁବ ଛାତ୍ର ଓ ସଚେତନ ନାଗରିକ ଯୋଗଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories