www.samajalive.in
Tuesday, December 9, 2025
26.1 C
Bhubaneswar

ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ନିର୍ଦୋଷରେ ଖଲାସ

କାମାକ୍ଷାନଗର: କାମାକ୍ଷାନଗର ବରିଷ୍ଠ ଦେୱାନୀ ବିଚାରକ ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ରାୟନୃସିଂହପୁର ଗ୍ରାମର ପ୍ରଭାକର ବେହେରା ୨୦.୮.୨୦୧୭ରେ ତୁମସିଂହା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ ଯେ, ପୂର୍ବଦିନ ରାତି ପ୍ରାୟ ୧୦ଟା ବେଳେ ସେ ଘରକୁ ଫେରୁଥିବା ସମୟରେ ଆସାମୀ ନରୀ ଓରଫ ନେହେରୁ ଦେହୁରୀ ଏକ ଏକମୁନା ସାହାଯ୍ୟରେ ତାଙ୍କ ଛାତିକୁ ଭୁସି ଦେଇଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପାଖରେ ଥିବା ଲୋକମାନେ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ତୁମୁସିଂହା ପୁଲିସ ତୁମୁସିଂହା ଥାନା କେସ୍‌ ନମ୍ବର ୫୭/୨୧.୦୮.୨୦୧୭ ଦଫା ୩୪୧, ୩୦୭ ଓ ୫୦୬ ଭାରତୀୟ ପିଙ୍ଗଳ କୋଡ଼ରେ ରେଜିଷ୍ଟ୍ରସନ କରି, ତଦନ୍ତ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲେ। ପରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। କେସ୍‌ ୨୨୯/୧୭ ଓ ସିଟି ଏସ ଏସ ୪୧/୧୮ ରୂପେ ମାନ୍ୟବର ବରିଷ୍ଠ ଦେୱାନୀ କୋର୍ଟରେ ବିଚାର ହୋଇଥିଲା ଏବଂ ସାକ୍ଷୀମାନଙ୍କ ବୟାନ ନିଆଯାଇଥିଲା। ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୧୫.୫.୨୪ ଦିନ ବିଚାରକ ଶ୍ରଦ୍ଧାଞ୍ଜଳି ରାୟ ବିଚାର କରି ଉପଯୁକ୍ତ ପ୍ରମାଣକୁ ଆଧାର କରି ଆସାମୀ ନରୀ ଓରଫ ନେହେରୁ ଦେହୁରୀକୁ ନିର୍ଦୋଷରେ ଖଲାସ କରିଛନ୍ତି। ଆସାମୀ ପକ୍ଷରୁ ଆଇନଜୀବୀ ସର୍ବଜିତ ଜୀ ମାମଲା ପରିଚାଳନା କରୁଥିବା ବେଳେ ଆଶୁତୋଷ ସାହୁ, ସୁବ୍ରତ କୁମାର ନାୟକ ତାଙ୍କୁ ସହାୟତା କରୁଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories