www.samajalive.in
Sunday, December 7, 2025
16.1 C
Bhubaneswar

ରାଜସ୍ଥାନ କ୍ୟାବିନେଟ୍‍: ସଚୀନଙ୍କ ଉପରେ ଭାରି ପଡ଼ିଲେ ଗେହଲୋତ

ନୂଆଦିଲ୍ଲୀ: ରାଜସ୍ଥାନରେ ଆଜି କଂଗ୍ରେସ ସରକାର ମନ୍ତ୍ରିମଣ୍ଡଳ ଗଠନ କରୁଛି। ଦିନ ୧୧.୩୦ରୁ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। ଚଳିତ ମନ୍ତ୍ରିମଣ୍ଡଳରେ ୧୭ଟି ନୂଆ ଚେହେରା ଦୃଶ୍ୟମାନ ହେଉଛି। ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କଂଗ୍ରେସ ସରକାର ୧୩ଜଣ କ୍ୟାବିନେଟ ଓ ୧୦ଜଣ ରାଜ୍ୟ ମନ୍ତ୍ରୀ ପଦ ପାଇଁ ଚୂଡ଼ାନ୍ତ କରିଛି। ମେଣ୍ଟ ରାଜନୀତିକୁ ଦୃଷ୍ଟିରେ ରଖି ଭରତପୁର ବିଧାୟକ ସୁଭାଷ ଗର୍ଗଙ୍କୁ ମଧ୍ୟ ମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଉଛି। ତେବେ ଉଲ୍ଲେଖନୀୟ ବିଷୟ ଯେ, ମନ୍ତ୍ରିମଣ୍ଡଳରେ ୬୦ପ୍ରତିଶତ ଅଲୋକ ଗେହଲୋତଙ୍କ ସମର୍ଥକ ରହିଥିବାବେଳେ ୪୦ ପ୍ରତିଶତ ସଚୀନ ପାଇଲଟଙ୍କ ସମର୍ଥନଙ୍କୁ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ଉଭୟ ନେତାଙ୍କ ମଧ୍ୟରେ ଭିତିରିଆ ଶକ୍ତି ପ୍ରଦର୍ଶନ ଚାଲିଥିବାବେଳେ ଶେଷରେ ଅଶୋକ ଗେହଲୋତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଘୋଷଣା କରିଥିଲେ। ତେବେ ରାଜସ୍ଥାନ ରାଜନୀତିରେ ସଚୀନ ପାଇଲଟଙ୍କ ଭୂମିକାକୁ ଦୃଷ୍ଟିରେ ରଖି ତାଙ୍କୁ ମଧ୍ୟ ରାଜ୍ୟ ସରକାରରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉ ଥିଲା। ହେଲେ ମନ୍ତ୍ରିମଣ୍ଡଳ ଗଠନରେ ମଧ୍ୟ ଶ୍ରୀ ଗେହଲୋତଙ୍କ ସମର୍ଥକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ଥିବା ପରିଲକ୍ଷିତ ହୋଇଛି।
ରାଜସ୍ଥାନରେ ୧୩ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ବିଡି କଲ୍ଲା, ଶନ୍ତି ଧରିବାଲ, ପରସାଦୀ ଲାଲ ମୀଣା, ମାଷ୍ଟର ଭମ୍ବରଲାଲ ମେଘବାଲ, ଲାଲଚନ୍ଦ କଟାରିଆ, ଡା. ରଘୁ ଶର୍ମା, ପ୍ରମୋଦ ଜୈନ ଭାୟା, ବିଶ୍ୱେନ୍ଦ୍ର ସିଂହ, ହରୀଶ ଚୌଧୁରୀ, ରମେଶ ଚନ୍ଦ୍ର ମିଣା, ଉଦୟଲାଲ ଅଞ୍ଜାନା, ପ୍ରତାପ ସିଂହ ଖାଚରିୟାବାସ, ସାଲେହ ମହମ୍ମଦ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।
ସେହିପରି ୧୦ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଗୋବିନ୍ଦ ସିଂହ ଡେଟାସାରା, ଶ୍ରୀମତି ମମତା ଭୁପେଶ, ଅର୍ଜୁନ ବାମାନିଆ, ଭମ୍ବରସିଂହ ଭାଟୀ, ସୁଖରାମ ବିଶ୍ନୋଇ, ଅଶୋକ ଚାନ୍ଦଣ, ଟୀକାରାମ ଜୁଲି, ଭଜନଲାଲ ଯାଦବ, ରାଜେନ୍ଦ୍ର ଯାଦବ ଓ ସୁଭାଷ ଗର୍ଗ ଶପଥ ଗ୍ରହଣ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories