www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଭୁ ଯୀଶୁ ମୃତ ବ୍ୟକ୍ତିଙ୍କୁ ଜୀବିତ କରିଥିଲେ

ଯୀଶୁ ରହୁଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କ ଝିଅର ଦେହ ଅତ୍ୟନ୍ତ ଖରାପ ହୋଇଥିଲା। ଝିଅଟିର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହୋଇ ଯାଉଥିଲା। ଏହା ଦେଖି ଝିଅଟିର ବାପା ଓ ମା ଉଭୟ ଡରି ଯାଇଥିଲେ। ତାଙ୍କୁ ଲାଗୁଥିଲା ଯେ, ତାଙ୍କର ଝିଅ ଆଉ ବଞ୍ଚିବନି। ସେହି ଝିଅଟିକୁ ଛାଡି ଦେଲେ ତାଙ୍କର ଆଉ ସନ୍ତାନ ନଥିଲା। ସେହି ଏକମାତ୍ର ଝିଅକୁ ବଞ୍ଚାଇବା ପାଇଁ ସେ ଚାହୁଁଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ଖୋଜିବାକୁ ବାହାରି ପଡିଲେ। ସେ ଯୀଶୁଙ୍କ ବିଷୟରେ ଅନେକ ଚମତ୍କାର କଥା ଶୁଣିଥିଲେ। ବ୍ୟକ୍ତିଙ୍କର ନାମ ଯାଈର ଥିଲା।

ଯାଈର ତାଙ୍କ ଝିଅକୁ ବଞ୍ଚାଇବା ପାଇଁ ଯୀଶୁଙ୍କୁ ଖୋଜି ତାଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଯାଈରଙ୍କୁ ଯୀଶୁ ମିଳିଥିଲେ ସେତେବେଳେ ସେ ଦେଖିଲେ ଯେ, ତାଙ୍କ ନିକଟରେ ଅନେକ ଲୋକଙ୍କ ଭିଡ ଲାଗି ରହିଛି। କିନ୍ତୁ ଭିଡ ଦେଖି ନ ଡରି ଯାଈର ଯୀଶୁଙ୍କ ନିକଟରେ ପହଞ୍ଚି ତାଙ୍କ ପାଦ ତଳେ ପଡିଗଲା। ସେ କାନ୍ଦି କାନ୍ଦି କହିଲେ ଯେ, ପ୍ରଭୁ ମୋ ଝିଅ ଦେହ ବହୁତ ଖରାପ। ମୋ ସହ ଚାଲନ୍ତୁ ଓ ତାକୁ ବଞ୍ଚାଇ ଦିଅନ୍ତୁ। ଯୀଶୁ ତାଙ୍କୁ କହିଲେ, ହଁ ମୁଁ ନିଶ୍ଚୟ ଯିବି।

- Advertisement -

ଯୀଶୁ ଯେତେବେଳେ ସେହି ସ୍ଥାନ ଛାଡି ଯାଈର ସହ ଯିବାକୁ ଲାଗିଲେ ସେତେବେଳେ ସେଠାରେ ଗଣ୍ଡଗୋଳ ହେବା ଆରମ୍ଭ ହୋଇଗଲା। କାରଣ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ଯୀଶୁଙ୍କ ନିକଟତର ହେବାକୁ ଚାହୁଁଥିଲେ। ହଠାତ ଯୀଶୁ ସେଠାରେ ଅଟକି ଗଲେ। ତାପରେ ଉପସ୍ଥିତ ଲୋକଙ୍କୁ ପଚାରିଲେ ଯେ, କେତେଜଣ ମୋତେ ଛୁଇଁଛନ୍ତି? ଯୀଶୁ ଏପରି କହିଲେ କାରଣ ତାଙ୍କ ଅନୁଭବ ହେଲା ଯେ ଜଣେ କେହି ବ୍ୟକ୍ତିର ସ୍ପର୍ଶ ଦ୍ବାରା ତାଙ୍କୁ ଶକ୍ତି ମିଳୁଛି। କିନ୍ତୁ କିଏ ସେହି ବ୍ୟକ୍ତି ବୋଲି ଯୀଶୁ ଜାଣିପାରି ନଥିଲେ। ତାଙ୍କୁ ସ୍ପର୍ଶ କରିଥିବା ଜଣେ ମହିଳା କହିଲେ ମୁଁ ଆପଣଙ୍କୁ ସ୍ପର୍ଶ କରିଛି। ସେହି ମହିଳା ୧୨ବର୍ଷ କାଳ ରୋଗୀଣା ଥିଲେ। ଯେତେବେଳେ ଭିଡ ମଧ୍ୟରେ ମହିଳା ଜଣଙ୍କ ଯୀଶୁଙ୍କ ପୋଷାକକୁ ସ୍ପର୍ଶ କଲେ ସେତେବେଳେ ତାଙ୍କ ରୋଗ ସମ୍ପୁର୍ଣ୍ଣ ଭାବେ ଭଲ ହୋଇଗଲା।

ଏହା ଦେଖି ଯାଈରଙ୍କୁ ଆଶ୍ବସ୍ତି ଅନୁଭବ ହୋଇଥିଲା। ସେ ନିଜ ଆଖି ସାମ୍ନାରେ ଦେଖିଲେ ଯେ, ଯୀଶୁଙ୍କ ସ୍ପର୍ଶ ମାତ୍ରକେ ରୋଗ ଭଲ ହୋଇ ଯାଉଛି। ସେତେବେଳେ ଯାଈରଙ୍କର ଏକ ଚାକର ଆସି ତାଙ୍କୁ କହିଲା ଯେ, ଯୀଶୁଙ୍କୁ ଆଉ ହଇରାଣ କରନ୍ତୁ ନାହିଁ କାରଣ ଆପଣଙ୍କ ଝିଅର ମୃତ୍ୟୁ ହୋଇଯାଇଛି। ଏହି କଥା ଯୀଶୁ ଶୁଣି କହିଲେ ଯେ, ଡର ନାହିଁ ସେ ଠିକ୍ ହୋଇଯିବ।

ଯାଈର ଯୀଶୁଙ୍କ ସହ ଘରେ ପହଞ୍ଚି ଦେଖିଲେ ଯେ, ସମସ୍ତେ ସେଠାରେ କାନ୍ଦୁଛନ୍ତି। ଯୀଶୁ ତାଙ୍କୁ କହିଲେ ଯେ, କାନ୍ଦ ନାହିଁ ଝିଅ ମରି ନାହିଁ। ​‌ସେ କେବଳ ଶୋଇଛି। ଯୀଶୁଙ୍କର ଏହି କଥା ଶଣି ସମସ୍ତେ ତାଙ୍କ ଉପରେ ହସିଲେ କାରଣ ସମସ୍ତେ ଜାଣିଥିଲେ ଯେ ଯାଈରଙ୍କ ଝିଅ ମରି ସାରିଛି।

ଯୀଶୁ ହଠାତ ଯାଈର ଓ ତାଙ୍କ ପତ୍ନୀଙ୍କ ସହ ଝିଅ ଥିବା ସ୍ଥାନକୁ ଗଲେ। ସେଠାରେ ସେ ଝିଅର ହାତ ଧରି କହିଲେ ଯେ, ଉଠି ଯାଅ। ଏହା କହିବା କ୍ଷଣି ଝିଅଟି ଉଠି ପଡିଲା। ଏବଂ ଚାଲିବାକୁ ଲାଗିଲା। ଏହା ଦେଖି ଝିଅଟିର ପିତାମାତା ଖୁସି ହୋଇଗଲେ।

ଏହା ପୂର୍ବରୁ ଯୀଶୁ ଅନେକ ମୃତ ବ୍ୟକ୍ତିଙ୍କୁ ବଞ୍ଚାଇଥିବା ବାଇବେଲରେ ଉଲ୍ଲେଖ ରହିଛି। ପୂର୍ବରୁ ଯୀଶୁ ନାଈନ ସହରର ଜଣେ ବିଧବା ମହିଳାଙ୍କର ପୁଅକୁ ବଞ୍ଚାଇଥିଲେ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

 

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories