www.samajalive.in
Tuesday, December 9, 2025
16.1 C
Bhubaneswar

ଆନନ୍ଦ ଉଲ୍ଲାସର ପର୍ବ ଖ୍ରୀଷ୍ଟମାସ ବା ବଡ଼ଦିନ

ପରମ୍ପରା, ପୂଜା ପର୍ବ ଦୃଷ୍ଟିରୁ ଆମ ଦେଶ ବେଶ ପ୍ରସିଦ୍ଧ ଅଟେ। ଯେଭଳି ଗୋଟିଏ ପୁଷ୍ପମାଳାକୁ ଭିନ୍ନ ଭିନ୍ନ ଫୁଲ ଦେଇ ଗୁନ୍ଥାଯାଏ, ଯାହାଫଳରେ ମାଳାଟି ଖୁବ ସୁନ୍ଦର ଦେଖାଯାଏ। ସେଭଳି ଭାରତ ଦେଶ ବିଭିନ୍ନ ଜାତି ସମ୍ପଦ୍ରାୟକୁ ନେଇ ଗଠିତ। ପ୍ରତ୍ୟେକ ଜାତି ସମ୍ପଦ୍ରାୟର ପର୍ବ ମଧ୍ୟ ଭିନ୍ନ ଅଟେ। ତେଣୁ ସମସ୍ତ ପର୍ବପର୍ବାଣିକୁ ସମ୍ମାନ ପ୍ରଦାନ କରି ବେଶ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଏ।
ଖ୍ରୀଷ୍ଟମାସ ବା ବଡ଼ଦିନ ଏକ ପ୍ରସିଦ୍ଧ ପର୍ବ ଅଟେ। ଡ଼ିସେମ୍ବର ମାସ ୨୫ ତାରିଖରେ ପ୍ରତିବର୍ଷ ସମ୍ପୂର୍ଣ୍ଣ ବିଶ୍ୱରେ ଧୂମଧାମରେ ପାଳନ କରାଯାଏ। ଖ୍ରୀଷ୍ଟମାସ ପର୍ବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପରେ ପାଳନ କରାଯାଇଥାଏ। ଖ୍ରୀଷ୍ଟିଆନ ମାନଙ୍କର ଏହା ଏକ ମୁଖ୍ୟ ପର୍ବ ଅଟେ। ଏହାକୁ ବଡ଼ଦିନ ବୋଲି ମଧ୍ୟ କୁହାଯାଏ।
ଡ଼ିସେମ୍ବର ୨୫ ତାରିଖ ପୂର୍ବରୁ ଏହି ପର୍ବ ପାଳନ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ।
ବିଶେଷ କରି ଖ୍ରୀଷ୍ଟିଆନମାନେ ନିଜ ଘରକୁ ଭଲ ଭାବେ ସଫା କରନ୍ତି। ବିଭିନ୍ନ ପ୍ରକାରର ଲାଇଟ ଲଗାଇ ଘରକୁ ସଜାଇ ଥାଆନ୍ତି। ରଙ୍ଗବେରଙ୍ଗ ଆଲୋକ ଖୁବ ସୁନ୍ଦର ଦେଖାଯାଏ। ଏହି ଦିନର ଅନ୍ୟ ଏକ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର କେକ। ସଭିଁଙ୍କ ଘରେ କେକ ଦେଖିବାକୁ ମିଳିଥାଏ। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଏଁ କେକ ଖାଇବାକୁ ପସନ୍ଦ କରିଥାଆନ୍ତି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ହୋଇଥିବାରୁ ଏହି ଦିନରେ ଚର୍ଚ୍ଚକୁ ରଙ୍ଗବେରଙ୍ଗରେ ଆଲୋକରେ ସଜା ଯାଇଥାଏ। ଚର୍ଚ୍ଚରେ ବିଶେଷ ପ୍ରାର୍ଥନାର ଆୟୋଜନ ହୋଇଥାଏ। ବହୁ ସ୍ଥାନରେ ଖ୍ରୀଷ୍ଟମାସ ଟ୍ରି ପ୍ରସ୍ତୁତ କରାଯାଇ ଏହାକୁ ଛୋଟ ଛୋଟ ଲିଚୁ ଲାଇଟରେ ସଜାଯାଏ। ଏହା ଖୁବ ସୁନ୍ଦର ଦେଖାଯାଏ। ଏହି ଦିନରେ ସମସ୍ତେ ପରସ୍ପରକୁ କେକ ଖୁଆଇ ଶୁଭେଚ୍ଛା ଜଣାଇ ଥାଆନ୍ତି।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories