କଟକ : ରାସ୍ତାରୁ ଜ୍ବର ପୀଡିତାଙ୍କୁ ନେଇ ଏସ୍ସିବିରେ ଚିକିତ୍ସା ନିମନ୍ତେ ଯୁବ ସମାଜସେବୀ ଭର୍ତ୍ତି କରାଇଛନ୍ତି। ଜ୍ବର ପୀଡିତା ଜଣକ ଭିକାରୀ ବୋଲି ଜଣାପଡିଛି। ଜ୍ବର ପୀଡିତା ଜଣକ ହେଉଛନ୍ତି ସନାତନ ନାୟକ। ସେ ଜୋବ୍ରା ଟ୍ରେନ ଲାଇନ ନିକଟରେ ଭିକ ମାଗନ୍ତି। ତାଙ୍କ ଦେହ ଖରାପ ଥିବାର ଯୁବ ସମାଜସେବୀ ଦ୍ବୟ ଦେଖିଥିଲେ। ତାପରେ ତାଙ୍କୁ ଯୁବ ସମାଜସେବୀ ରାସ୍ତାରୁ ଅଟୋ ସାହାର୍ଯ୍ୟରେ ଏସ୍ସିବି ମେଡିକାଲକୁ ନେଇଥିଲେ। ତାପରେ ମେଡିକାଲର କାଜୁଆଲିଟିରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କୁ ତାଙ୍କର ଚିକିତ୍ସା କରିବା ନିମନ୍ତେ ଯୁବ ସମାଜସେବୀ କହିଥିଲେ। ତାପରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଯୁବ ସମାଜସେବୀ ହେଲେ ଅଭିଜିତ ଦାଶ ଓ ପ୍ରହଲ୍ଲାଦ ମହାରଣା।



