www.samajalive.in
Monday, December 8, 2025
14.1 C
Bhubaneswar

ମଇସାନପୁରରେ ନିର୍ବାଚନୀ ହିଂସା

ଚିକିଟି: ଗଞ୍ଜାମ ପୁଲିସ ଜିଲା ଚିକିଟି ନିର୍ବାଚନ ମଣ୍ଡଳୀ ଚିକିଟି ବ୍ଲକ ମଇସାନପୁରରେ ସୋମବାର ନିର୍ବାଚନୀ ହିଂସା ଘଟିଛି। ଏଜେଣ୍ଟ ଫର୍ମ ଚିରି ଫାଡି ଦେବା ସହିତ ସକାଳ ସମୟରୁ ବିଜେପି କର୍ମୀଙ୍କୁ ମତଦାନ କେନ୍ଦ୍ରକୁ ଯିବା ପାଇଁ ବାରଣ କଲା ଭଳି ଗୁରୁତର ଅଭିଯୋଗ ଆସିଛି। କିଛି ବ୍ୟକ୍ତି ଠେଙ୍ଗା, ପଥର, ମାରଣାସ୍ତ୍ର ଧରି ଭୋଟରଙ୍କୁ ଭୟଭୀତ କରିବା ଫଳରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିବାବେଳେ ପୁଲିସ ଉପସ୍ଥିତିରେ ଭୋଟିଂ ପ୍ରକ୍ରିୟା ଚାଲିଥିବା ଥାନା ଅଧିକାରୀ କିଶୋର କୁମାର ସାମଲ ସୂଚନା ଦେଇଛନ୍ତି। ନିର୍ବାଚନ କମିଶନ ମଧ୍ୟ ଜିଲାପାଳ ଓ ଏସପିଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉ କି, ବର୍ତ୍ତମାନ ସୁଦ୍ଧା ଭୋଟର ମତଦାନ କେନ୍ଦ୍ରକୁ ଯିବା ପାଇଁ ଭୟ କରୁଥିବା ଅଭିଯୋଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories