www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ମତଦାନ: ଇଭିଏମରେ ତ୍ରୁଟି, ଭୋଟିଂ ବିଳମ୍ବ

ମାଲକାନଗିରି: ଓଡିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୮ ଜିଲ୍ଲାରେ ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କିନ୍ତୁ ଇଭିଏମରେ ତ୍ରୁଟି ପାଇଁ କିଛି ସ୍ଥାନରେ ପୋଲିଂ ଆରମ୍ଭ ବିଳମ୍ବ ହୋଇଛି।  ମାଲକାନଗିରି କୁମୁଟିଗୁଡାରେ ୬୬ନଂ ବୁଥ , ନୂଆପଡାର ୧୦୧ନଂ ବୁଥ, ଖଡିଆଳ ଲୋହରାପାଲି ୮୯ ନଂ ବୁଥରେ ଇଭିଏମ ତ୍ରୁଟିରୁ ମତଦାନ ବିଳମ୍ବ ହୋଇଛି। ମାଲକାନଗିରି ପୌରପରିଷଦର ବିବିଗୁଡା ବୁଥ୍‌ରେ ମଧ୍ୟ ଇଭିଏମ ତ୍ରୁଟି ଦେଖାଦେଇଛି। ସେହିପରି ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଖଡ଼ିଆଳ ଲୋହରାପାଲି ୮୯ ବୁଥ୍‌, ଖଡ଼ିଆଳ ପୋଡ଼ାପାଲିର ୭୨ ନଂ ବୁଥ୍‌ ଏବଂ କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରରେ ୧୩୯ ବୁଥ ନମ୍ବରରେ ଇଭିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories