ପ୍ରଧାନମନ୍ତ୍ରୀଙ୍କୁ ରାମଲାଲା ଓ ଜଗନ୍ନାଥଙ୍କ ଚିତ୍ର ଉପହାର ଦେଇ ଚର୍ଚ୍ଚାରେ ଚିତ୍ରକର ପ୍ରସାଦ ସୋନୁ

ଫୁଲବାଣୀ: ବିଜୟ ସଂକଳ୍ପ ଅଭିଯାନରେ ଫୁଲବାଣୀକୁ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ତାଙ୍କୁ ଦେଖିବାକୁ କନ୍ଧମାଳ ଷ୍ଟାଡିୟମରେ ପ୍ରାୟ ହଜାର ହଜାର ଜନତା ଏକାଠି ହୋଇଥିଲେ। ଏହି ଅବସରରେ ଏକ ଭିନ୍ନ ଧରଣର ରାମଲାଲା ଓ ଜଗନ୍ନାଥଙ୍କ ମିଶ୍ରିତ ଏକ ଚିତ୍ର ଆଙ୍କି ନରେନ୍ଦ୍ର ମୋଦୀଙ୍କୁ ଉପହାର ଦେଇଥିଲେ ଫୁଲବାଣୀର ତରୁଣ ଚିତ୍ରକର ପ୍ରସାଦ ସୋନୁ। ହଜାର ହଜାର ଲୋକଙ୍କ ଭିଡ଼ରେ ପ୍ରସାଦଙ୍କ ଚିତ୍ରକୁ ଦେଖି ତାଙ୍କ ସହିତ ଆସିଥିବା କ୍ୟାମେରା ମ୍ୟାନଙ୍କୁ ଚିତ୍ରକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ଅତି ସୁନ୍ଦର ଚିତ୍ରକଳା ହୋଇଥିବା ନେଇ ସଭାରେ ପ୍ରଶଂସା କରିଥିଲେ। ଆଉ କିଛି ଛୋଟ ଛୋଟ ପିଲାମାନଙ୍କ କଳାକୃତିକୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରସାଦ ସୋନୁ ପିଲାବେଳୁ ବିଭିନ୍ନ ଚିତ୍ର ସବୁକୁ ନିଖୁଣ ଭାବରେ ଆଙ୍କିବା ସହିତ କନ୍ଧମାଳ ସାଂସଦ, ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଚିତ୍ର ଆଙ୍କି ଅନେକ ସୁନାମ ଅର୍ଜନ କରିଛନ୍ତି। ଆଗକୁ ସେ ଜଣେ ଉଚ୍ଚକୋଟିର ଚିତ୍ରକର ଭାବେ ପ୍ରତିଷ୍ଠିତ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି କହିଛନ୍ତି ପ୍ରସାଦ।

Comments are closed.