www.samajalive.in
Monday, December 8, 2025
14.1 C
Bhubaneswar

ଅତିରିକ୍ତ ଜିଲ୍ଲାପାଳ ପୁନଃ ଯୋଗଦାନକୁ ନେଇ ବିବାଦ

ମାଲକାନଗିରି : ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ କରିଥିବା ଅଯୋଧ୍ୟାକାନ୍ତ ଶତପଥିଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଓ.ଏ.ଏସ୍‍. ସ୍ତରରେ ଏକ ବଦଳି ତାଲିକା କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ଶତପଥୀଙ୍କୁ ରାୟଗଡା ବଦଳି ହୋଇଥିଲା। ତେବେ ରାଜ୍ୟ ସରକାରଙ୍କ ଏହି ବଦଳିକୁ ନିର୍ବାଚନ କମିଶନ ଅବଧି ଘୋଷଣା କରି ଏହି ବଦଳି ଗୁଡିକୁ ବାତିଲ କରା ଯାଇଥିଲ।। ତେବେ ବଦଳି ନିର୍ଦ୍ଦେଶ ପାଇଲା ପରେ ଶ୍ରୀ ଶତପଥୀ ନିଜେ ସ୍ୱତପ୍ରଭୁତ ରିଲିଭ୍‍ ହୋଇ ଚାଲି ଯାଇଥିବା ବେଳେ ବଦଳି ନିର୍ଦ୍ଦେଶ ବାତିଲ ପରେ ପୁନର୍ବାର ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ତାଙ୍କ ରିଲିଭ୍‍ ପରେ ଜିଲ୍ଲାପାଳ, ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦେଇଥିବା ବେଳେ ଶ୍ରୀ ଶତପଥିଙ୍କ ଲେଉଟାଣି ପରେ ପ୍ରକୃତରେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ କିଏ ରହିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା କାରଣ ଜିଲ୍ଲାପାଳ ଛୁଟିରେ ଥିବା ବେଳେ ଶ୍ରୀ ଶତପଥି ନିୟମ ଅନୁଯାୟୀ ପୁନର୍ବାର ନିଜର ଯୋଗଦାନ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି। ତେବେ ବର୍ତମାନ ପରିସ୍ଥିତିରେ କିଏ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ରହିଛନ୍ତି ସେଥିନେଇ କର୍ମଚାରୀଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତରେ ଶ୍ରୀ ଶତପଥିଙ୍କୁ ଯୋଗାଯୋଗ କରିବାରୁ ସରକାରୀ ନିୟମ ଅନୁଯାୟୀ ଯଦି ତାଙ୍କର ବଦଳି ବାତିଲ ହୋଇଛି ତାହାହେଲେ ସେ ପୂର୍ବପରି ନିଜର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ନିୟମ ରହିଛିା ଯେହେତୁ ରାଜ୍ୟ ସରକାର ତାଙ୍କ ବଦଳି ନିର୍ଦ୍ଦେଶ ଦେଇଥିଲେ ଏବଂ ପରବର୍ତ୍ତି ସମୟରେ ଏ ବଦଳି ଆଦେଶକୁ ବାତିଲ କରାଯାଇଥିଲ।। ତେଣୁ ବର୍ତ୍ତମାନ ସେ ନୂତନ ବଦଳି ଆଦେଶ ନ ପାଇବା ଯାଏଁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ପଦବୀରେ ହିଁ କାର୍ଯ୍ୟକରିବେ ବୋଲି କହିଛନ୍ତିା ତେବେ ଗତକାଲି ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସୋମବାର ଠାରୁ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଛନ୍ତିା ଅନ୍ୟ ପକ୍ଷରେ ଶତପଥି ମାଲକାନଗିରିରେ ଥିବା ସମୟରେ ବହୁ ବିବାଦର ସମ୍ମୁଖୀନ ହୋଇଥିବା ବେଳେ ଗାଡି ନ ମିଳିବାରୁ ଚାଲି ଚାଲି ଆସିବା, ସୁରକ୍ଷା ପ୍ରସଙ୍ଗ, ବାସଗୃହ ପ୍ରଦାନରେ ମଧ୍ୟ ଅବହେଳା କରାଯାଉଥିବା ନେଇ ଚର୍ଚ୍ଚାକୁ ଆସିଥିଲା। ମାଲକାନଗିରି ଜିଲ୍ଲାପାଳ ଛୁଟିରେ ଥିବାରୁ ତାଙ୍କ ମତାମତ ମିଳି ପାରିନାହିାଁ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories