www.samajalive.in
Monday, December 8, 2025
20.1 C
Bhubaneswar

ଅକ୍ଷୟ ତୃତୀୟାର ମହତ୍ୱ: ଜାଣନ୍ତୁ ମା ଲକ୍ଷ୍ମୀଙ୍କ ପୂଜା ବିଧି

ଆଜି ପବିତ୍ର ଅକ୍ଷୟ ତୃତୀୟା। ସନାତନ ଧର୍ମରେ ଏକ ବିଶେଷ ପର୍ବ ଭାବେ ବିବେଚନା କରାଯାଏ, ଏହି ଦିନର ଗୁରୁତ୍ୱ ଅନେକ। ଚଳିତ ବର୍ଷ ମେ ୧୦ ତାରିଖ ଭୋର ୪ଟା ୧୭ମିନିଟରୁ ଅକ୍ଷୟ ତୃତୀୟା ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇଥିବା ବେଳେ ୧୧ ତାରିଖ ସକାଳ ୨ଟା ୫୦ ମିନିଟରେ ଶେଷ ହେବ। ହିନ୍ଦୁ ରୀତିନୀତି ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ଏହି ଦିନ ଦେବୀ ମା ଳକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ୱାରା ଆଶୀର୍ବାଦ ଓ ଜୀବନରେ ଅଗ୍ରଗତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ସୁନା ଓ ରୂପା କିଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ବର୍ଷକ ଭିତରେ ଏହି ଦିନଟି ଅତ୍ୟନ୍ତ ଶୁଭଙ୍କର ହୋଇଥିବାରୁ ଏହି ଦିନ ବିବାହ, ଘର ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ କରାଯାଏ।
ପୌରାଣିକ ଅନୁସାରେ ସତ୍ୟଯୁଗ ଏବଂ ତ୍ରେତୟାଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା। ବାନ ବିଷ୍ଣୁ ମଧ୍ୟ ଏହି ଦିନ ନର ନାରାୟଣଙ୍କ ଅବତାର ଗ୍ରହଣ କରିଥିଲେ। ଭଗବାନ ପର୍ଶୁରାମ ମଧ୍ୟ ଅକ୍ଷୟ ତୃତୀୟାରେ ଜନ୍ମ ଗ୍ରହଣ କରିଥିଲେ। ଏହି ଶୁଭ ତିଥିରେ ଭଗବାନ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ଆଜିର ଦିନରେ ମା ଲକ୍ଷ୍ମୀଙ୍କୁ ହଳଦିଆ ବସ୍ତ୍ର ପରିଧାନ କରାଇ ସ୍ୱତନ୍ତ୍ର ଭାବେ ପୂଜା କରନ୍ତୁ। ଆପଣଙ୍କ ଜୀବନ ସୁଖମୟ ଏବଂ ଧନପ୍ରାପ୍ତି ହେବ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories