www.samajalive.in
Saturday, December 13, 2025
26.1 C
Bhubaneswar

ଆନନ୍ଦପୁର ପୌରପରିଷଦରେ ନିର୍ମିତ ହୋଇଥିଲା ସ୍ବାଗତ ତୋରଣ: ୨୪ ଘଣ୍ଟା ନପୁରୁଣୁ ଭୁଷୁଡି଼ଲା, ଯାତାୟତ ଠପ୍

କେଶଦୁରାପାଳ: ଆନନ୍ଦପୁର ପୌରପରିଷଦ ସୌଜନ୍ୟରେ ପଦ୍ମପୁର ଗେଟ୍ -ଠାରେ ୯ତାରିଖ ଗୁରୁବାର ଦିନ ସ୍ବାଗତ ତୋରଣ ନିର୍ମାଣ କରାଯାଇଥିବା ବେଳେ ତାହା ଅପରାହ୍ନରେ ବର୍ଷା ଯୋଗୁଁ ଘୁଷୁଡ଼ି ପଡ଼ିଥିବା ଦେଖାଯାଇଛି । ସୂଚନାଯୋଗ୍ୟ ପୌରପରିଷଦ ପକ୍ଷରୁ ୫୩ନଂ ରାଜ୍ୟ ରାଜପଥର ଭଦ୍ରକ-କରଂଜିଆ ରାସ୍ତାର ଫକୀରପୁର, ପଦ୍ମପୁର, ୨୦ନଂ ଜାତୀୟ ରାଜପଥର ଶାଳପଡା଼, ଶୈଲଙ୍ଗରେ ସ୍ଵାଗତ ତୋରଣ ନିର୍ମାଣ କରାଯିବାକୁ ଟେଣ୍ଟର କରାଯାଇଥିଲା। ପଦ୍ମପୁର ଗେଟ୍ ଠାରେ ଭୁବନେଶ୍ବର ଏକ କମ୍ପାନୀ ଦ୍ଵାରା ନିର୍ମାଣ କରିଥିବା ଏହି ତୋରଣ ନିର୍ମାଣ ହୋଇଥିଲା। ବର୍ଷା ଯୋଗୁଁ ମାଟି ଦବି ‌ଯିବା ଫଳରେ ସମ୍ପୂର୍ଣ ଭାଙ୍ଗ ଭୂମିରେ ଲୋଟି ପଡ଼ିଥିଲା। ତୋରଣର ଫାଉଣ୍ଡେସନ୍ କଂକ୍ରିଟ ଯୋଡ଼େଇ ଠିକ ହୋଇନଥିବା ଏଥିରୁ ଜଣାଯାଇଛି ।

ଏହି ଘଟଣା ଯୋଗୁଁ ଆନଦପୁର- କରଞ୍ଜିଆ ୫୩ନଂ ରାଜ୍ୟ ରାଜପଥରେ ଯାନବାହାନ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇଯାଇଥିବା ବେଳେ ଲୋକମାନେ ନାହିଁନଥିବା ‌ ହଇରାଣ ହରକତ ହେଉର ଦେଖାଯାଇଛି । ପୌରପାଳିକା ୧ ଓ ୨ ୱାର୍ଡ଼ରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିବାରୁ ଅଂଚଳ ବାସୀ ଅନ୍ଧକାରରେ ରହିଥିବା ଜଣାଯାଇଛି । ଲକ୍ଷାଧକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସ୍ଵାଗତ ତୋରଣଟି ନିମ୍ନମାନର କାର୍ଯ୍ୟ ଯୋଗୁଁ ୨୪ଘଂଟା ନପୂରୁଣ ଭାଙ୍ଗି ତ ପଡ଼ିବା ଘଟଣା ନିର୍ମାଣ ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଏହାର ରହସ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories