ଗୁରୁଡିଝାଟିଆ : କଖଡି ପଞ୍ଚାୟତ ଅନ୍ତର୍ଗତ ମହାଳପଡା ଗ୍ରାମର ଶ୍ରୀରାମ ମନ୍ଦିର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଯଜ୍ଞ ନିମନ୍ତେ ଶ୍ରଦ୍ଧାଳୁମାନେ ସମବେତ ହୋଇ ମହାନଦୀର ବ୍ରହ୍ମପୁରସ୍ଥିତ ବାରୁଣୀଘାଟ ନିକଟରୁ ଘଟ ସ୍ଥାପନ ନିମନ୍ତେ କଳସ ଶୋଭାଯାତ୍ରାରେ ଆଣିଥିଲେ।
ଗ୍ରାମର ମହିଳା, ଯୁବକ ଓ ମୁରବୀମାନେ ସମବେତ ହୋଇ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଭକ୍ତିପୂତ ସହକାରେ ସଂପାଦିତ କରୁଛନ୍ତି। ଶାସ୍ତ୍ରୀୟ ଯାଜ୍ଞିକ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଅକ୍ଷୟତୃତୀୟା ତିଥିରେ ଯଜ୍ଞକାର୍ଯ୍ୟ ପୂଣ୍ଣାହୁତୀ ସଂପନ୍ନ ହେବ। ଏହି ଉପଲକ୍ଷେ ଲବ୍ଧ ପ୍ରତିଷ୍ଠିତ ଗାୟିକା ଅନୁସୂୟା ନାଥ ଓ ସାଥି କଳାକାରମାନେ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।



