କଟକ: ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯ୍ୟାତନା ମାମଲା। ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ପୁଣି ଥରେ ଅଡୁଆ ବଢିଛି । କଟକ ଜେଏମଏଫସି କୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ ହୋଇଛି। ଅଭିଯୋଗକୁ ମିଥ୍ୟା ଦର୍ଶାଇ ଅନୁଭବ ଡିସ୍ଚାର୍ଜ ପିଟିସନ୍ ଦାୟର କରିଥିଲେ। ମେ ୧୦ ତାରିଖରେ ଚାର୍ଜଫ୍ରେମ୍ ପାଇଁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବ ନିର୍ଯ୍ୟାତନା ଦେଉଥିବା ନେଇ ବର୍ଷା କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ଏହି ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
Popular Categories



