www.samajalive.in
Friday, December 12, 2025
19.1 C
Bhubaneswar

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ଆସାମରେ ସର୍ବାଧିକ ୭୫.୩୦% ମତଦାନ

ଡେସ୍କ: ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ରାତି ସାଢ଼େ ୮ଟା ସୁଦ୍ଧା ୬୧.୭୨% ମତଦାନ ହୋଇଛି। ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ମତଦାନ ହୋଇଥିଲା। ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସବୁ ବର୍ଗର ଭୋଟର ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ହୋଇଥିଲା।

ଆସାମରେ ରାତି ସାଢ଼େ ୮ଟା ସୁଦ୍ଧା ୭୫.୩୦% ମତଦାନ ହୋଇଛି। ବିହାରରେ ୫୬.୫୫%, ଛତିଶଗଡ଼ରେ ୬୭.୧୬%, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡ଼ିଉରେ ୬୫.୨୩% ମତଦାନ ହୋଇଛି। ଗୋଆରେ ୭୪.୪୭%, ଗୁଜରାଟରେ ୫୬.୮୮%, କର୍ଣ୍ଣାଟକରେ ୬୮.୭୧%, ମଧ୍ୟପ୍ରଦେଶରେ ୬୩.୩୬%, ମହାରାଷ୍ଟ୍ରରେ ୫୫.୨୧%, ଉତ୍ତରପ୍ରଦେଶରେ ୫୭.୩୪% ଏବଂ ପଶ୍ଚିମବଙ୍ଗରେ ୭୩.୯୩% ମତଦାନ ହୋଇଛି।

- Advertisement -

ଗୁଜରାଟର ୨୫ଟି, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୧ଟି, ଉତ୍ତରପ୍ରଦେଶର ୧୦ଟି, ମଧ୍ୟପ୍ରଦେଶର ୯ଟି, ଛତିଶଗଡ଼ର ୭ଟି, ବିହାରର ୫ଟି, ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏଁ, ଗୋଆ, ଦାଦର, ନଗର ହାଭେଲି ଓ ଦାମନର ୨ଟି ଲେଖାଏଁ ଆସନରେ ମତଦାନ ହୋଇଛି।

ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୧୩୩୧ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ।

ତୃତୀୟ ପର୍ଯ୍ୟାୟରେ ବିଜେପିର ବରିଷ୍ଠ ନେତା ଅମିତ ଶାହା, ମନସୁଖ ମାଂଡବ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ଯୋଶୀ, ଶିବରାଜ ସିଂହ ଚୌହାନ ଓ ବାସବରାଜ ବୋମାଇ, କଂଗ୍ରେସ ନେତା ଦିଗବିଜୟ ସିଂହ, ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବ, ଏନସିପି (ଶରଦ ପାୱାର ଗୋଷ୍ଠୀ) ନେତ୍ରୀ ସୁପ୍ରିୟା ସୁଲେଙ୍କ ସମେତ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି।

ଏହି ପର୍ଯ୍ୟାୟରେ ୨୩ଟି ଦେଶର ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି ୬ଟି ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରି ମତଦାନ ପ୍ରକ୍ରିୟା ଦେଖିଥିଲେ। ପ୍ରତିନିଧିମାନେ ମତଦାନ କାରୀ ଦଳକୁ ମତଦାନ ସାମଗ୍ରୀ ଓ ମେସିନ ପଠାଇବା ପ୍ରକ୍ରିୟାକୁ ଦେଖିଥିଲେ ଏବଂ ଉତ୍ସବରେ ଭୋଟରଙ୍କ ବ୍ୟାପକତା, ସ୍ୱଚ୍ଛତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

ସମଗ୍ର ଉତ୍ତର-ପୂର୍ବ, ଛତିଶଗଡ଼, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତିନୋଟି ପର୍ଯ୍ୟାୟରେ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories