www.samajalive.in
Monday, December 8, 2025
13.1 C
Bhubaneswar

‘ରାମ ମନ୍ଦିର ଯିବାରୁ କଂଗ୍ରେସ ମୋତେ ଘୃଣା କଲା’

ନୂଆଦିଲ୍ଲୀ: ‘ରାମ ମନ୍ଦିର ଯିବାରୁ କଂଗ୍ରେସ ମୋ​‌ତେ ଘୃଣା କରିବା ଆରମ୍ଭ କଲା। ସେଥିପାଇଁ ମୁଁ ଦଳ ଛାଡ଼ିଲି ।’ କଂଗ୍ରେସ ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦଳର ପୂର୍ବତନ ମୁଖପାତ୍ର ରାଧିକା ଖେରା । ରବିବାର ରାଧିକା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର କାରଣ ବିଷୟରେ ସୋମବାର ସେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ରାଧିକା କହିଛନ୍ତି, ‘ସେ ଯେବେ ଅଯୋଧ୍ୟା ରାମ ମନ୍ଦିର ଯାଇଥିଲେ, ତା’ ପରଠାରୁ ଦଳ ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲା । ଏପରି କି ସେ ମନ୍ଦିରର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବାକୁ ଦଳ ତାଙ୍କୁ ଭର୍ତ୍ସନା କରିଥିଲା । ଏହାବ୍ୟତୀତ ନିର୍ବାଚନ ସମୟରେ ରାମ ମନ୍ଦିର ନ ଯିବାକୁ ଦଳ ପକ୍ଷରୁ ତାଙ୍କୁ ତାଗିଦ୍‌ କରାଯାଇଥିଲା । ମୁଁ ସବୁବେଳେ ଶୁଣିଛି ଯେ କଂଗ୍ରେସ ରାମ ବିରୋଧୀ, ସନାତନ ବିରୋଧୀ ଏବଂ ହିନ୍ଦୁ ବିରୋଧୀ, କିନ୍ତୁ ମୁଁ କେବେ ବିଶ୍ଵାସ କରି ନ ଥିଲି । ମାତ୍ର ଜେଜେ ମା’ଙ୍କ ସହିତ ମନ୍ଦିର ଦର୍ଶନ କରିବାକୁ ଯିବା ପରେ ଦଳର ଏହି ସତ୍ୟତା ଜାଣିବାକୁ ପାଇଲି । ଯେବେ ବି ମୁଁ ମନ୍ଦିର ଫଟୋ ଏବଂ ଭିଡିଓ ପୋଷ୍ଟ କରେ ସେବେ ମୋତେ ଗାଳି କରାଯାଏ’ ବୋଲି ରାଧିକା ଅଭିଯୋଗ କରିଛନ୍ତି ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories