www.samajalive.in
Friday, December 12, 2025
23.1 C
Bhubaneswar

ଏସଏଚଜି ଗ୍ରୁପ ସଦସ୍ୟାଙ୍କ ନାଁରେ ଟଙ୍କା ଋଣ କରି ଦମ୍ପତି ଫେରାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଇଁଶିରା ଗ୍ରାମର ଏକ ଦମ୍ପତି ଏସଏଚଜି ଗ୍ରୁପ ସଦସ୍ୟା ମାନଙ୍କ ମାଧ୍ୟମରେ ଋଣ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆଦିବାସୀ ମହିଳାଙ୍କୁ ଲୋନ୍ କରାଇ ଦେଇ ଗ୍ରୁପ ମାଧ୍ୟମରେ ଲୁଟ କରିଥିବା ଦମ୍ପତି ହେଲେ ଟାଇଁଶିରା ଗ୍ରାମର ଋଷୁ ବେହେରା ଓ ତାଙ୍କ ସ୍ତ୍ରୀ ସନ୍ତୋଷୀ ବେହେରା । ଆଦିବାସୀ ମହିଳାମାନଙ୍କୁ ନେଇ ୨୩ ଟି ଗ୍ରୁପ କରି ଋଷୁ ବେହେରା ବିଭିନ୍ନ ସଂସ୍ଥାରୁ  ଲୋନ୍ ଆକାରରେ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକିଥିବା ଏହି ମହିଳାମାନେ ଅଭିଯୋଗ କରିଛନ୍ତି। ଗ୍ରୁପର ମହିଳାମାନଙ୍କୁ କିଛି କିଛି ଟଙ୍କା ଦେଇ ଲୋଭ ଦେଖାଇବା ପରେ ଗ୍ରୁପରୁ ଟଙ୍କା ନେଇ ଏହି ଦମ୍ପତି ଆଉ ସୁଝି ନଥିଲେ।

ପ୍ରଥମେ ଲୋନ୍ କରିଥିବା ମହିଳାଙ୍କୁ ଋଷୁ ବେହେରା ଓ ସ୍ତ୍ରୀ ସନ୍ତୋଷୀ ବେହେରା ଟଙ୍କା କିସ୍ତି ଶୁଝିବି କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ ଦୁଇ ତିନିଟି କିସ୍ତି ଦେବା ପରେ ଆଉ ଧରା ଛୁଆଁ ନଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଲୋନ୍ ସୁଝା ନହେବାରୁ ଟଙ୍କା ଦେଇଥିବା ଋଣ ଯୋଗାଣକାରୀ ସଂସ୍ଥା ଘରେ ଆସି ଜୁଲୁମ କରୁଥିବା କହିଛନ୍ତି ମହିଳାମାନେ। ଦମ୍ପତି ଦ୍ୱୟ ଆଜକୁ ଏକ ସପ୍ତାହରୁ ଅଧିକ ହେବ ଗ୍ରାମରୁ ଫେରାର ଥିବାରୁ ମହିଳାମାନେ ଆଜି  ବାଧ୍ୟ ହୋଇ  ମିଳିତ ଭାବେ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରି ନ୍ୟାୟ ଚାହିଁଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories