www.samajalive.in
Friday, December 12, 2025
23.1 C
Bhubaneswar

ଆଗରେ କିଏ, ମେ’ ୭କୁ ଅପେକ୍ଷା – ଶେଷ ହେଲା ପ୍ରଚାର

ଡେସ୍କ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରାଜନୈତିକ ନେତା ଓ ଷ୍ଟାର ପ୍ରଚାରକ ମାନେ ରାଲି ଓ ରୋଡ଼ ଶୋ କରିଛନ୍ତି। ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉର ୯୩ଟି ଲୋକସଭା ଆସନରେ ମତଦାନ ହେବ।

ଉତ୍ତରପ୍ରଦେଶରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନେକ ସ୍ଥାନରେ ପ୍ରାର୍ଥୀମାନେ ରୋଡ୍ ସୋ ଓ ଘର ଘର ବୁଲି ପ୍ରଚାର କରିଛନ୍ତି। ଅନ୍ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଜୋରଦାର ହୋଇଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶରେ ପ୍ରଚାର କରିଛନ୍ତି। ମୋଦି କେବଳ ଇଟାଓ୍ଵା ଓ ଧୌରାହରା ନିର୍ବାଚନ ମଣ୍ଡଳୀ ସହ ସନ୍ଧ୍ୟାରେ ଅଯୋଧ୍ୟା ଜିଲ୍ଲାରେ ରୋଡ୍ ସୋ କରିବେ। ଦୁଇ କିଲୋମିଟର ଲମ୍ବା ଏହି ରୋଡ୍ ସୋ’ ସନ୍ଧ୍ୟାରେ ସୁଗ୍ରୀବ କିଲା ଅଞ୍ଚଳରୁ ଆରମ୍ଭ ହୋଇ ଲତା ଛକରେ ଶେଷ ହୋଇଛି। ବରିଷ୍ଠ ବିଜେପି ନେତା ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଆଜି ବଦାୟୁନ୍ ଜିଲ୍ଲାରେ ଏକ ରୋଡ୍ ସୋ କରିଛନ୍ତି।

- Advertisement -

ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କୌଶାମ୍ବିରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ରାଲି କରିଛନ୍ତି। ମଙ୍ଗଳବାର ରାଜ୍ୟର ୧୦ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେଗୁଡ଼ିକ ହେଲା ସମ୍ଭାଲ, ହାଥରସ, ଆଗ୍ରା, ଫତେପୁର ସିକ୍ରି, ଫିରୋଜାବାଦ, ମୈନପୁରୀ, ଏଟା, ବଦାୟୁନ୍, ଅଓଁଲା ଓ ବରେଲି।

ମଧ୍ୟପ୍ରଦେଶର ୯ଟି ଲୋକସଭା ଆସନ ପାଇଁ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହି ସମସ୍ତ ଲୋକସଭା ଆସନରେ ମେ’ ୭ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଛତିଶଗଡର ମେ’ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୭ଟି ସଂସଦୀୟ କ୍ଷେତ୍ରରେ ଆଜି ଅପରାହ୍ନ ୫ଟାରେ ପ୍ରଚାର ଶେଷ ହୋଇଛି। ଭୋଟରଙ୍କୁ ନିଜ ସପକ୍ଷରେ ଜିତାଇବା ପାଇଁ ବିଭିନ୍ନ ଦଳ ଯଥାସମ୍ଭବ ଚେଷ୍ଟା କରିଥିବା ଜଣାପଡିଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories