www.samajalive.in
Saturday, December 13, 2025
17.1 C
Bhubaneswar

ଦେଶର ସବୁଠୁ ପତଳା ଫୋନ୍, ରହିଛି ଏହି ସବୁ ଫିଚର୍ସ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଭିଭୋ ଭାରତୀୟ ବଜାରରେ ବିଶ୍ବର ସବୁଠୁ ପତଳା ସ୍ମାର୍ଟଫୋନ୍ ଲଞ୍ଚ୍ କରିଦେଇଛି । ଏହି ମଡେଲ ହେଉଛି ଭିଭୋ ଭି୩୦ଇ । ଏଥିରେ ୫୦ ଏମପିର ସେଲ୍ଫି କ୍ୟାମେରା, ୪କେ ଫ୍ରଣ୍ଟ ଏବଂ ରିୟର ଭିଡିଓ ରେକର୍ଡିଂ ଭଳି ଫିଚର୍ସ ମିଳୁଛି । ଭିଭୋର ଏହି ସ୍ମାର୍ଟଫୋନରେ ୨୪୦୦× ୧୦୮୦ ପିକ୍ସେଲ ରିଜୋଲ୍ୟୁସନ ବିଶିଷ୍ଟ ୬.୭୮ ଇଞ୍ଚର ଆମୋଲେଡ୍ ଡିସପ୍ଲେ ଦିଆଯାଇଛି । ଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଏଥିରେ କ୍ବାଲକମ୍ ସ୍ନାପଡ୍ରାଗନ ୬ ଜେନ ୧ ପ୍ରୋସେସର ଦେଇଛି କମ୍ପାନୀ । ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ କମ୍ପାନୀ ୩ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ଦେଉଛି । ଏହି ଅଫର କେବଳ ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ କାର୍ଡରୁ ପେମେଣ୍ଟ କଲେ ମିଳିବ । ଏହା ସହିତ ୨୫୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ମଧ୍ୟ ଦିଆଯିବ ।

ଭିଭୋ ଭି୩୦ଇକୁ ୨ଟି ଭେରିଏଣ୍ଟରେ ଆଣିଛି କମ୍ପାନୀ । ଏହାର ୮ ଜିବି ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୨୭,୯୯୯ ଟଙ୍କା । ଏବଂ ଏହାର ୮ ଓ ୨୫୬ ଜିବି ଭେରିଏଣ୍ଟର ଦାମ୍ ୨୯,୯୯୯ ଟଙ୍କା । ମେ ୯ରୁ ଏହାର ବିକ୍ରି ଆରମ୍ଭ ହୋଇଯିବ । ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ଏବଂ ଭିଭୋର ଅଫିସିଆଲ ଓ୍ବେବସାଇଟରୁ ପ୍ରି-ବୁକ୍ କରିପାରିବେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories