www.samajalive.in
Thursday, December 11, 2025
15.1 C
Bhubaneswar

ସୁମନ୍ତଙ୍କ ରାସ୍ତାରେ କଣ୍ଟା ହେଲେ ସାରଦ, ସ୍ୱାଧୀନ ଭାବେ ଲଢ଼ିବେ ବିଜେପି ନେତା ସାରଦା ପ୍ରଧାନ

କୁଆଁପାଳ: ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ରାସ୍ତାରେ କଣ୍ଟା ହେଲେ ସାରଦା। ମାହାଙ୍ଗା ବିଧାନସଭା କ୍ଷେତ୍ରରେ ବିଜେପି ପକ୍ଷରୁ ନୂତନ ପ୍ରାର୍ଥୀ ଭାବେ ସୁମନ୍ତ ଘଡେଇଙ୍କୁ ଦଳ ଟିକେଟ ଦେଇଛି। ତେଣୁ ମାହାଙ୍ଗାରେ ବିଜେପି ମଧ୍ୟରେ ଗୋଷ୍ଠୀକନ୍ଦଳ ଦେଖାଦେଇଛି।ମାହାଙ୍ଗା ବିଜେପିର ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଟିକେଟ ଦୌଡ଼ରୁ ବାଦ ପଡିଛନ୍ତି।

ଏହାପରେ ମାହାଙ୍ଗା ବିଜେପିରେ ଗୋଷ୍ଠୀକନ୍ଦଳ ଦେଖାଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗିରହିଥିଲା। ସେବେ ଠାରୁ ସାରଦା ପ୍ରାଧାନ ନିଜ କର୍ମୀଙ୍କୁ ନେଇ ବୈଠକ କରୁଥିବା ଦେଖିବାକୁ ମିଳିଥିଲା। ସାରଦା ବୈଠକ ପରେ ବୈଠକ କରି ନୂତନ ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇଥିଲେ। ଫଳ ସ୍ୱରୂପ ମାହାଙ୍ଗାରେ ବିଜେପି ଦୁଇଫାଳ ହୋଇଯାଇଥିଲା।

- Advertisement -

ବିଜେପିରେ ନିଜର ସ୍ଥିତି ଜାହିର ପାଇଁ ଦୁଇ ନେତାଙ୍କ ମଧ୍ୟରେ ଏବେ କର ମର ସ୍ଥିତି ଦେଖାଦେଇଛି। ସୁମନ୍ତଙ୍କୁ ବିଜେପି ଟିକେଟ ଦେବାପରେ ବୁଲୁ ଅସନ୍ତୁଷ୍ଟ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୬୪ ପଂଚାୟତରେ ସମର୍ଥନ ସଭା ଆଳରେ ନିଜ କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢ଼ିବା ପାଇଁ ନିଜ ସପକ୍ଷରେ ମତ ଲୋଡିଥିଲେ। ପୋଡାମରାଇ ସ୍ଥିତ ନିଜ ବାସଭବନରେ ନିଜ କାର୍ଯ୍ୟକାର୍ତ୍ତାଙ୍କୁ ନେଇ ଏକ ଆହୁତ ବୈଠକ କରିଥିଲେ।ଶେଷରେ ମାହାଙ୍ଗାର ସ୍ୱାଭୀମାନ ରକ୍ଷା କରିବା ଓ ଶାନ୍ତି ପ୍ରତିଷ୍ଠା ସହ ବିକଶିତ ମାହାଙ୍ଗା ଗଢିବା ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଦୀର୍ଘ ୨୭ ବର୍ଷ ରାଜନୀତି ମଧ୍ୟରେ ୬ ବର୍ଷ ବିଜେପି ଦଳପାଇଁ ନିରବିଛିନ୍ନ ଭାବେ କାର୍ଯ୍ୟ କରିଛି। ଯେତେବେଳେ ଦଳ ଯାହା ଦାଇତ୍ୱ ଦେଇଛି ତାହା ସୁଚାରୁ ରୁପେ କରିଛି।ମାହାଙ୍ଗାରେ ଦଳ ନୂତନ ପ୍ରାର୍ଥୀ ଦେଇଥିବାରୁ ମୁଁ ସ୍ୱାଗତ କରୁଛି। ମୋ କର୍ମୀଙ୍କ ସମର୍ଥନ ପାଇ ମୁଁ ବିଧାନସଭା ନିର୍ବାଚନ ଲଢ଼ିବି। ମୋ ବିରୁଦ୍ଧରେ ଦଳ ଯାହା କାର୍ଯ୍ୟାନୁଷ୍ଠାନ ନେବ ତାକୁ ମଧ୍ୟ ମୁଁ ସ୍ୱାଗତ କରିବି ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ଏହି ବୈଠକରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତ କାର୍ଯ୍ୟକାର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ତାଙ୍କ ଶୁଭେଛୁ ଓ ସମର୍ଥକମାନେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories