www.samajalive.in
Wednesday, December 10, 2025
14.1 C
Bhubaneswar

ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାରତୀ, କାନ୍ଦି କାନ୍ଦି କହିଲେ..

ମୁମ୍ବଇ: ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଆଜି ଘରେ ଘରେ ପରିଚିତ। ବୃତ୍ତିଗତ ଜୀବନ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି ଭାରତୀ। ପ୍ରଶଂସକମାନଙ୍କ ସହ ଅଭିନେତ୍ରୀ ନିତି ଦିନିଆ ବ୍ଲଗ୍‌ ମଧ୍ୟ ଶେୟାର କରନ୍ତି। ନିକଟରେ ଏକ ବ୍ଲଗ୍‌ ଜରିଆରେ ସେ ସୂଚନା ଦେଇଛନ୍ତି ଯେ, ଯନ୍ତ୍ରଣା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି।

ଭିଡିଓରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏବଂ ତାଙ୍କ ହାତରେ ଆଇଭି ଡ୍ରିପ୍‌ ଲାଗିଛି। ଭାରତୀ କହିଛନ୍ତି ଯେ, ଗତ କିଛି ଦିନ ହେବ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା, କିନ୍ତୁ ସେ ଏହାକୁ ଏସିଡିଟି ଭାବି ଅଣଦେଖା କରିଥିଲେ। ତେବେ ଯନ୍ତ୍ରଣା ଧିରେ ଧିରେ ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏହାପରେ ଜଣାପଡ଼ିଥିଲା ଯେ ତାଙ୍କ ପୀତକୋଷରେ ଷ୍ଟୋନ୍ ହୋଇଛି। ସେ କହିଛନ୍ତି, ଉପଚାର ସ୍ଵରୂପ ତାଙ୍କର ଏବେ ଅସ୍ତ୍ରୋପଚାର ହେବ। ଏହି ଖବର ଶୁଣି ଭାରତୀଙ୍କ ପ୍ରଶଂସକମାନେ ଚିନ୍ତିତ ହେବାସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବ୍ଲଗ୍‌ରେ ଭାରତୀ ନିଜ ପ୍ରଶଂସକଙ୍କୁ କହିଛନ୍ତି ଯେ, ସେ ତାଙ୍କ ୨ ବର୍ଷୀୟ ପୁଅ ଗୋଲାକୁ ବହୁତ ମନେ ପକାଉଛନ୍ତି ଏବଂ ସେ ଘରକୁ ତା’ ପାଖକୁ ଯିବାକୁ ଚାହୁଁଛନ୍ତି। ଏହାପରେ ସେ କାନ୍ଦି କାନ୍ଦି କହିଛନ୍ତି, ଯେବେଠାରୁ ତାଙ୍କ ଜନ୍ମ ହୋଇଛି, ସେବେଠାରୁ ସେ ତାକୁ ରାତିରେ କେବେ ଏକା ଛାଡ଼ି ନାହାନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories