www.samajalive.in
Monday, December 8, 2025
24.1 C
Bhubaneswar

ବୌଦ୍ଧ ରାମଲୀଳା ଯାତ୍ରାର ମଞ୍ଚସ୍ଥ ହେଲା ନାଟକ ଇନ୍ଦ୍ରଜିତ ବଧ

ବୌଦ୍ଧ: ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଶୁକ୍ରବାର ଦିନ ଦ୍ୱାଦଶ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ଇନ୍ଦ୍ରଜିତ ବଧ । ଗୃହଶତ୍ରୁ ଭାଇ ବିଭୀଷଣର ଏକମାତ୍ର ପୁତ୍ର ତରଣୀସେନର ଯୁଦ୍ଧରେ ମୃତ୍ୟୁ ହେବାପରେ ଲଙ୍କପତି ରାବଣ ମନରେ ଖୁସି ହୋଇ ଅଟହାସ୍ୟ କରିଛି। ଅନ୍ୟପଟେ ସ୍ୱାମୀ ସୁଖ କଣ ଜାଣିନଥିବା ତରଣୀସେନର ପତ୍ନୀ ପଦ୍ମା ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିବାସହ ପାଗିଳିନୀ ସାଜିଛି। ତରଣୀସେନକୁ ଝୁରୁଛି ଲଙ୍କା ମାଟି ଓ ପାଣିପବନ। ତରଣୀସେନକୁ ମରାଇ ଆତ୍ମସନ୍ତୋଷ ଲାଭ କରୁଥିବା ରାବଣ ନିଜ ମାତାଙ୍କ ମୃତ୍ୟୁ ଖବର ପାଇଛି। ହେଲେ ନିଜ ବଂଶର ଅନେକ ପୁତ୍ର ନାତି ବୀର ଯୋଦ୍ଧା ଏଯାଏ ବଞ୍ଚି ରହିଥିବାରୁ ରାବଣ ନିଜକୁ ବଳିୟାନ ମନେ କରିଛି। ନିଜ ଔରଷଜାତ ଆଜନ୍ମ ବ୍ରହ୍ମଚାରୀ ବୀରବାହୁକୁ ଯୁଦ୍ଧକୁ ପଠାଇବାପରେ ଶ୍ରୀରାମ ଲକ୍ଷ୍ମଣଙ୍କ ହାତରେ ତାର ମୃତ୍ୟୁ ହୋଇଛି।

ଶେଷରେ ନିଜର ଅଲିଅଳ ପୁତ୍ର ଇନ୍ଦ୍ରଜିତକୁ ଯୁଦ୍ଧ ଭୂମିକୁ ଯିବାକୁ ପଡିଛି। ବୀର ଲକ୍ଷ୍ମଣଙ୍କ ଦ୍ୱାରା ମହା ମାୟାବୀ ଇନ୍ଦ୍ରଜିତର ବଧ ହୋଇଛି । ଇନ୍ଦ୍ରଜିତ ବଧ ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ। ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି। ନାଟକରେ ଶ୍ରୀରାମ ଭୂମିକାରେ ଶିରିଶ ବେହେରା,ସୀତା ବିଶ୍ୱାମିତ୍ର ସାହୁ,ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର,ହନୁମାନ ଶାନ୍ତନୁ ବେହେରା,ସୁଗ୍ରୀବ ଦିବାକର ଜେନା, ଅଙ୍ଗଦ ଭୂମିକାରେ ସତ୍ୟଜିତ ମିଶ୍ର,ବିଭୀଷଣ ପ୍ରମୋଦ ପ୍ରଧାନ, ରାବଣ ସୁଦାମ ବେରିହା, ଇନ୍ଦ୍ରଜିତ ସନ୍ତୋଷ ବାଘ ଓ ତକ୍ଷକ ଚରିତ୍ରରେ ଅରୂପରଂଜନ ମହାରଣା ଅଭିନୟ କରିଥିଲେ। ଇନ୍ଦ୍ରଜିତ ବଧ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିରହିଥିଲା।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories