www.samajalive.in
Saturday, December 13, 2025
26.1 C
Bhubaneswar

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

ଅକ୍ଷୟ ତୃତୀୟାର ହିନ୍ଦୁ ଧର୍ମରେ ଅନେକ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟା ଦିନ ସୁନା-ଚାନ୍ଦି କିଣିବା ସହ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ମାନ୍ୟତା ଅନୁଯାୟୀ, ଏହି ଦିନ ଜିନିଷ କିଣିବା ପାଇଁ ଶୁଭ ମୁହୂର୍ତ୍ତର ଆବଶ୍ୟକତା ନାହିଁ। ତେବେ ଏଭଳି ଅନେକ ଲୋକେ ରହିଛନ୍ତି,ଯେଉଁମାନେ ସୁନା-ଚାନ୍ଦି କିଣିବାକୁ କଷ୍ଟକର ହୋଇପଡେ। ଏଥିପାଇଁ ଆଉ ଚିନ୍ତା ନାହିଁ। ସୁନା-ଚାନ୍ଦି ବ୍ୟତୀତ ଏଭଳି କିଛି ସହଜ ଜିନିଷ ବିଷୟରେ ଜାଣନ୍ତୁ ଯାହାକୁ କିଣିବା ଦ୍ୱାରା ସୁନା-ଚାନ୍ଦି କିଣିବା ଭଳି ଶୁଭଫଳ ପ୍ରାପ୍ତି ହୋଇଥାଏ। ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ମେ ୧୦ରେ ଚଳିତ ବର୍ଷ ଅକ୍ଷୟ ତୃତୀୟ ପାଳନ କରାଯିବ। ଏହି ଦିନ ସୁନା-ଚାନ୍ଦି ଦୋକାନରେ ଭୀଷଣ ଭିଡ ପରିଲକ୍ଷିତ ହୋଇଥାଏ।

ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ରୋହିଣୀ ନକ୍ଷତ୍ର ସହ ସୁକର୍ମା ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହା ଅତ୍ୟନ୍ତ ଶୁଭ। ତେଣୁ ସୁନା-ଚାନ୍ଦି ନ କିଣି ପାରିଲେ, ଏହି ବିଶେଷ ଜିନିଷ ନିଶ୍ଚୟ କିଣନ୍ତୁ.. ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

କେମିତି କଟିବ ଏହି ସପ୍ତାହ? ୪ ରାଶିର ସୁନାଭଳି ଚମକିବ ଭାଗ୍ୟ, ବ୍ୟବସାୟରେ ହେବ ଲାଭ..

- Advertisement -

ମା’ଲକ୍ଷ୍ମୀଙ୍କ ପୂଜାରେ ହଳଦିଆ ସୋରିଷ ଓ ଯଅ ଅର୍ପଣ କରାଯାଏ। ତେଣୁ ଅକ୍ଷୟ ତୃତୀୟା ଦିନ ହଳଦିଆ ସୋରିଷ ନିଶ୍ଚୟ କିଣନ୍ତୁ।

ଅକ୍ଷୟ ତୃତୀୟା ଦିନ କଉଡି ନିଶ୍ଚୟ କିଣନ୍ତୁ। ଅକ୍ଷୟ ତୃତୀୟା ଦିନ ବଜାରରୁ କଉଡି କିଣି ଆଣି ମା’ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ। ତା’ପର ଦିନ ଏହାକୁ ଲାଲ କଉଡିରେ ବାନ୍ଧି ନିଜ ଆଲମିରାରେ ରଖନ୍ତୁ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ ଆଦୌ ଧନର ଅଭାବ ହେବ ନାହିଁ।

ଅକ୍ଷୟ ତୃତୀୟ ଦିନ ମାଟିର ମାଠିଆ କିଣି ପାରିବେ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ଶଙ୍ଖ- ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ଭଗବାନ ବିଷ୍ଣୁଙ୍କ ଚରଣରେ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ଶ୍ରୀଯନ୍ତ୍ର – ଘରେ ଶ୍ରୀଯନ୍ତ୍ର ରଖିବା ବେଶ ଶୁଭଙ୍କର। ଶ୍ରୀଯନ୍ତ୍ର କିଣିବା ପାଇଁ ଅକ୍ଷୟ ତୃତୀୟା ଦିନ ଖୁବ ଶୁଭ। ତେଣୁ ଏହି ଦିନ ଶ୍ରୀଯନ୍ତ୍ର କିଣି ଘରେ ପୂଜାଚ୍ଚର୍ନା କରନ୍ତୁ। ଏହାଦ୍ୱାରା ଘରେ ସର୍ବଦା ମା’ଲକ୍ଷ୍ମୀ, ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories