www.samajalive.in
Saturday, December 6, 2025
19.1 C
Bhubaneswar

ମୋଦୀ ଆସିବା ପରେ ବିକାଶ ପଥରେ ଭାରତ: ନଡ୍ଡା

ଭୁବନେଶ୍ଵର: ଆଜି ଓଡିଶା ଗସ୍ତରେ ଆସି ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମାବେଶରେ ଯୋଗ ଦେଇ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ  କରିଥିଲେ ନଡ୍ଡା । ନିଜ ଅଭିଭାଷଣରେ ସେ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି ବୋଲି କହିବା ସହ ସରକାର ବଦଳାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଜେପି ନଡ୍ଡା । ସେ କହିଛନ୍ତି କି ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦୀ ସର୍ବାଧିକ ଅନୁଦାନ ଓଡ଼ିଶାକୁ ଦେଇଥିବା ମଧ୍ୟ ସେ କହିଛନ୍ତି ।

ଆଜି ଓଡିଶା ଆସୁଛନ୍ତି ଜେ.ପି ନଡ୍ଡା

- Advertisement -

ଆମ୍ବପୁଆରେ ଆୟୋଜିତ ଦଳର ସଙ୍କଳ୍ପ ସମାବେଶରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି  ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି । ଓଡ଼ିଶା ଲୋକେ ଏହି ସୁବିଧାରୁ ବଞ୍ଚିତ ରହିଛନ୍ତି । ସରକାରକୁ ବଦଳାଇବାକୁ ଆହ୍ବାନ ଦେଇଛନ୍ତି ନଡ୍ଡା । ଏହା ସହ ସେ ମୋଦୀ ସରକାରଙ୍କ ଆଦର୍ଶ ଶାସନର ଗାଥା ବଖାଣିଛନ୍ତି । ୧୦ ବର୍ଷେ ପୂର୍ବେ ଭାରତର ଅବସ୍ଥା ସହ ବର୍ତ୍ତମାନର ଦେଶର ଅବସ୍ଥା ତୁଳନା କରି ସବୁ ଶ୍ରେୟ ମୋଦୀ ସରକାରଙ୍କୁ ଦେଇଛନ୍ତି । କିଛି ବଦଳିବ ନାହିଁ ବୋଲି ଯେବେ ସମସ୍ତେ ଭାବୁଥିଲେ ମୋଦୀ ବଦଳାଇ ଦେଖାଇଦେଲେ । ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ବଦଳିଯାଇଛି । ବିକଶିତ ପଥରେ ଦେଶ ଆଗେଇ ଚାଲିଛି । ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ ପହଞ୍ଚିଛି । ୨ ବର୍ଷ ଭିତରେ ଭାରତ ତୃତୀୟ ବଡ ଆର୍ଥିକ ଶକ୍ତି ହେବ ବୋଲି ନଡ୍ଡା କହିଛନ୍ତି । ମୋଦୀ ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡିଛନ୍ତି । ଏବେ ଓଡିଶାକୁ ମଧ୍ୟ ବିକାଶ ପଥରେ ଆଗେଇ ନେବାର ସଠିକ୍ ସମୟ ଆସିଛି ବୋଲି ନଡ୍ଡା କହିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories