www.samajalive.in
Wednesday, December 10, 2025
16.1 C
Bhubaneswar

ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ପୁଣି ନିଆଁର ପ୍ରକୋପ

କଲମପୁର: ରାଜ୍ୟରେ ଏବେ ଲାଗି ରହିଛି ଅଗ୍ନି ବର୍ଷା। ଏହି ଗ୍ରୀଷ୍ମ ତାପ ଯୋଗୁଁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁର ପ୍ରକୋପ ବୃଦ୍ଧି ପାଉଛି। କଳାହାଣ୍ଡି ଜିଲ୍ଲାର ଅନ୍ୟ ଏକ ଶାଳ , ପିଆଶାଳ ସମେତ ଶିଶୁ ସାଗୁଆନ , ହରିଡା, ବାହାଡା ଓ ଗମ୍ଭାରୀ ଭଳି ମୂଲ୍ୟବାନ ଏବଂ ଔଷଧିୟ ଗଛରେ ପୂର୍ଣ୍ଣ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଏବେ ନିଆଁର ପ୍ରକୋପ। ରୀତିମତ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ସବୁଜିମା। ଅସ୍ତ ବ୍ୟସ୍ତ ହେଉଛନ୍ତି ଜଙ୍ଗଲୀ ଜନ୍ତୁ ଏବଂ ପକ୍ଷୀ। ଜଙ୍ଗଲରେ ଥିବା ଝରଣା ଶୁଖି ସାରିଛି। କାମରେ ନି୍ମ୍ନମାନର ଯୋଗୁଁ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲି ଜନ୍ତୁଙ୍କ ନିମନ୍ତେ ପାଣି ସଂରକ୍ଷଣ ପାଇଁ ମନରେଗା ଯୋଜନାରେ ଖୋଳାଯାଇଥିବା ଗତ ସବୁ ପୋତି ହେଇ ସାରିଲାଣି।

ଯେଉଁଥିପାଇଁ ପାଣି ଟିକକ ପାଇଁ ଡହଳ ବିକଳ ହେଇ ବନ୍ୟ ଜନ୍ତୁ ଗାଁମୁହାଁ ହେଇ ଶିକାରୀଙ୍କ ହାବୁଡରେ ପଡୁଛନ୍ତି। ଗତ ୧୦ ବର୍ଷ ପୂର୍ବେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଦେଖା ଯାଉଥିବା ଭାଲୁ, ହେଟା ବାଘ, ବାରହା ଏବଂ କୁଟୁରା ଭଳି ଜଙ୍ଗଲି ଜନନ୍ତୁ ଏବେ ଶୂନ୍ୟ ପ୍ରାୟ। ‘ଘର ପୋଡିଲେ ବନକୁ ଯିବା ବନ ପୋଡିଲେ କୁଆଡେ ଯିବା?’ ବନ ବିଭାଗର ଏହି ଜନ ସଚେତନତା ଧର୍ମୀ ସ୍ଲୋଗାନ ନିରର୍ଥକ ପାଲଟିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ତ ନୁହେଁ ଲାଭଖୋର ମନୋବୃତି ଯୋଗୁଁ ଦିନକୁ ଦିନ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି। ଯାହା ଆଗାମୀ ଦିନରେ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ। ବିଗତ ଦିନରେ ସମଗ୍ର କଳାହାଣ୍ଡିର ୧୧ ଗୋଟି ବ୍ଲକରେ ବର୍ଷାର ଅଭାବ ଦେଖାଦେଉଥିବା ବେଳେ କେବଳ ଥୁଆମୁଳ ରାମପୁର ଏବଂ କଲମପୁର ଅଂଚଳରେ ବହୁଳ ବୃଷ୍ଟି ହେଉଥିଲା। ଯେଉଁଥିପାଇଁ ଏହି ଅଂଚଳକୁ କଳାହାଣ୍ଡିର ଚେରାପୁଞ୍ଜି ବୋଲି କୁହାଯାଉଥିଲା।

- Advertisement -

ଆକାଶରେ ମେଘ ସୃଷ୍ଟି ହେଲେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଆଡକୁ ଟାଣି ହେଇ ଆସି ବର୍ଷିୁଥିଲା। କିନ୍ତୁ ରୀତିମତ ଜଙ୍ଗଲ କାଟ ବୃଦ୍ଧି ହେବା ସହ ପୋଡୁ ଚାଷ ପାଇଁ ଲୋକେ ଜଙ୍ଗଲକୁ ଜାଳି ଦେଉଥିବାରୁ ଏବେ ଜଙ୍ଗଲ ସମ୍ପଦ ନଷ୍ଟ ହେଇ ସାରିଛି। ଏହି ଜଙ୍ଗଲ ପୋଡି ଦ୍ୱାରା ବିଭିନ୍ନ ଗ୍ଛର ଫଳ ଏବଂ ମଞ୍ଜି ସମେତ ଜଙ୍ଗଲର ମିତ୍ର ଭାବେ ପରିଚିତ କିଛଇ କୀଟ ପତଙ୍ଗ ପୋଡି ନଷ୍ଟ ହେଇ ଯାଉଥିବାରୁ ନୁଆଁ ଜଙ୍ଗଲ ସୃଷ୍ଟିରେ ଅନ୍ତରାୟ ହେଇଛି।
ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ପୋଡୁ ଚାଷ ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ ସମ୍ପଦ ନଷ୍ଟ ହେଇ ସାରିଛି। ଗତ କିଛି ବର୍ଷ ତଳେ ତତ୍କାଳୀନ ବନାଂଚଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଡୁ ଚାଷ ପାଇଁ ନିଆଁ ଲଗାଉଥିବା ପୋଇଗୁଡା ଅଂଚଳର କିଛି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ନିଆଯାଇଥିଲା। ଯେଉଁଥିପାଇଁ ଭୟରେ କିଛି ଦିନ ଜଙ୍ଗଲ ସୁରକ୍ଷିତ ରହିଥିଲା। ଏହାସହ ଲୋକଙ୍କ ସଚେତନତା ପାଇଁ ଜଙ୍ଗଲ ନିକଟସ୍ତ ଗାଁ ଗୁଡିକରେ ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ସମିତି ସବୁ ଗଠନ ହେଇଥିଲା।

ବର୍ତ୍ତମାନ କେବଳ କାଗଜ କଲମପୁର ସୀମିତ ରହିଛି ଜଙ୍ଗଲ ସୁରକ୍ଷା ସମିତି। ଜଙ୍ଗଲ ସୁରକ୍ଷା ସମିତି ସବୁ କୌଣସି କାମ କରୁନାହିଁ। ଅନ୍ୟପଟେ ବନ ବିଭାଗ ମଧ୍ୟ ଏସବୁ ପ୍ରତି ଗୁରୁତ୍ୱ ଦେଉନାହିଁ। ଯେଉଁଥିପାଇଁ ଆଗାମୀ କିଛି ବର୍ଷ ମଧ୍ୟରେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ସମ୍ପୂର୍ଣ୍ଣ ଲଣ୍ଡା ପାହାଡ ପାଲଟିଯିବାର ଆଶଙ୍କା କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories