www.samajalive.in
Friday, December 5, 2025
27.1 C
Bhubaneswar

୨୮ରେ ନଡ୍ଡା ବନାମ ରାହୁଲ: ଓଡ଼ିଶାରେ ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ ଗୋଟିଏ ଦିନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରଠାରେ ନଡ୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କଟକ ସାଲେପୁରଠାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଏହି ଦୁଇ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସର ବଡ ନେତା ପ୍ରଥମ କରି ପ୍ରଚାର ଆରମ୍ଭ କରିବେ। ମଧୁବାବୁଙ୍କ ଜନ୍ମପୀଠରୁ ହିଁ ରାହୁଲ କଂଗ୍ରେସର ପ୍ରଚାର ଆରମ୍ଭ କରିବେ ବୋଲି ସ୍ଥିର ହୋଇଛି। ପିରସ୍ପର ବିରୋଧୀ ନେତାଙ୍କ ଗସ୍ତକୁ ନେଇ ଦୁଇ ଦଳର କର୍ମୀ ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ବିଜେପି ନିଶାଣରେ ଓଡ଼ିଶା ରହିଥିବାରୁ ପାର୍ଟି ପକ୍ଷରୁ ପ୍ରସ୍ତୁତ ‘ରୋଡମ୍ୟାପ୍‌‌ ଅନୁଯାୟୀ ୨୪ରେ ସୋନପୁର ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହାପରେ ୨୮ରେ ଜେପି ନଡ୍ଡା ଓଡ଼ିଶା ଆସି ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories