www.samajalive.in
Wednesday, December 10, 2025
18.1 C
Bhubaneswar

ଔଷଧ ଦୋକାନରୁ ଚୋରି ମାମଲା, ଅଭିଯୁକ୍ତ କୋର୍ଟ ଚାଲାଣ

କଲମପୁର: କଲମପୁର ମୁଖ୍ୟ ବଜାରରେ ଥିବା ଔଷଧ ଦୋକାନରୁ ଚୋରି ମାମଲାରେ ମଙ୍ଗଳବାର ଅଭିଯୁକ୍ତକୁ କଲମପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଜଣକ କଲମପୁର ମୁଖ୍ୟ ବଜାରରେ ଥିବା ଶ୍ରୀରାମ ମେଡିକାଲ ଷ୍ଟୋରରୁ ଚୋରି କରିଥିଲା। ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହି ସିସିଟଭି ଫୁଟେଜରୁ ଚିହ୍ନଟ କରି ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଅନୁସାରେ, ସୋମବାର ଭୋର ସମୟରେ କଲମପୁର ମୁଖ୍ୟ ବଜାରରେ ଥିବା ଶ୍ରୀରାମ ମେଡିକାଲ ଷ୍ଟୋରରୁ ଚୋରି ହେଇଥିବା ନେଇ ଦୋକାନ ମାଲିକ ବିଶ୍ୱ ରଞ୍ଜନ ପଣ୍ଡା କଲମପୁର ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହିି ଲିଖିତ ଅଭିଯୋଗକୁ ଭିତ୍ତି କରି କଲମପୁର ଥାନା କେସ ନଂ ୬୦/୨୦୨୪ରେ ମାମଲା ରୁଜୁ କରିଥିଲେ। ଏହାସହ ଲିଖିତ ଅଭିଯୋଗ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ କଲମପୁର ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋଙ୍କ ନେତୃତ୍ୱରେ ଏସଆଇ ଡୋଳାମଣି ବିଶି, ଏଏସଆଇ ଶେଖର ଜେନା ପ୍ରମୁଖ ଚୋରି ଘଟଣାରେ ସଂପୃକ୍ତ କଲମପୁର ଗ୍ରାମର ଉମେଶ ନାଏକ ନାମକ ଜନୈକ ଯୁବକକୁ ଗିରଫ କରିଥିଲେ। ଏହାସହ ଅଭିଯୁକ୍ତଠାରୁ ଚୋରି କରିଥିବା ୨ହଜାର ଟଙ୍କା ଜବତ କରିଛନ୍ତି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ଡୋଳାମଣି ବିଶି ଘଟଣାର ତଦନ୍ତ କରୁଛନ୍ତି। ଏହାସହ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦିତ କରିବା ପରେ କୋର୍ଟ ଚାଲାଣ କରିଛନ୍ତି। ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଅଞ୍ଚଳବାସୀ ପୁଲିସକୁ ପ୍ରଶଂସା କରିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories