www.samajalive.in
Saturday, December 13, 2025
26.1 C
Bhubaneswar

କୋକେରନାଗ ଗୁଳିବିନିମୟ ମାମଲା; ଶ୍ରୀନଗର ଓ ଜାମ୍ମୁର ୯ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୋକେରନାଗ ଗୁଳିବିନିମୟ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ସୋମବାର ଜାମ୍ମୁ-କାଶ୍ମୀର ଏବଂ ଶ୍ରୀନଗରର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏନଆଇଏ ସହିତ ଆତଙ୍କବାଦ ନିରୋଧି ସଂସ୍ଥା ମଧ୍ୟ ଏହି ଚଢ଼ାଉରେ ସାମିଲ ରହିଛି। ମାମଲାରେ ସମ୍ପୃକ୍ତ ଥିବା କିଛି ସନ୍ଦିଗ୍ଧ ଶ୍ରୀନଗରରେ ଲୁଚି ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ଏହି ଚଢ଼ାଉ କରାଯାଇଛି।

ସୂଚନା ଅନୁସାରେ, କୋକେରନାଗ  ଗୁଳିବିନିମୟ ମାମଲାରେ ଏନଆଇଏ ପ୍ରାୟ ଏକ ମାସ ତଳେ ୨ ଜଣଙ୍କ ନାମରେ ଚାର୍ଚଶିଟ୍‌ ଦାଖଲ କରିଥିଲା। ଏହି ୨ ସନ୍ଦିଗ୍ଧ ଶ୍ରୀନଗର ଏବଂ ଜାମ୍ମୁ-କାଶ୍ମୀରରେ ରହୁଥିବା ସୂଚନା ମିଳିଥିଲା। ସନ୍ଦିଗ୍ଧଦ୍ବୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଏବା(ଏଲଇଟି)ର ଶାଖା ସଂଗଠନ ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ(ଟିଆରଏଫ) ସହିତ ଜଡ଼ିତ ରହିଥିବା ସୂତ୍ରରୁ ଜଣାପଡ଼ିଛି।

- Advertisement -

ଉଭୟ ଏଲଇଟି ଏବଂ ଟିଆରଏଫ ଜିହାଦ ନାମରେ କାଶ୍ମୀର ଯୁବକମାନଙ୍କୁ ପ୍ରଲୋଭିତ କରି ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଲାଗି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଛନ୍ତି। ସୋସିଆଲ ମିଡିଆ ଜରିଆରେ ଏହି ୨ ସଂଗଠନ ବେକାର ଯୁବକଯୁବତୀମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରାଉଛନ୍ତି। ସୂଚନାଯୋଗ୍ୟ, ୧୯୯୦ ଦଶକରେ ଗଠିତ ଏଲଇଟି ବର୍ତ୍ତମାନ ସମୟରେ ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନ ହୋଇଥିବାବେଳେ ଅନନ୍ତନାଗ ଅଞ୍ଚଳରେ ଏହାର ନେଟ୍‌ୱର୍କ ବିସ୍ତାର କରିବାରେ ଲାଗିଛି, ଯାହା ସୁରକ୍ଷାକର୍ମୀଙ୍କ ମୁଣ୍ହବିନ୍ଧାର କାରଣ ପାଲଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories