www.samajalive.in
Saturday, December 13, 2025
26.1 C
Bhubaneswar

ସିଙ୍ଗାପୁର ପରେ ହଂକଂରେ ଏଭରେଷ୍ଟ ଓ ଏମ୍‌ଡିଏଚ ମସଲା ବିକ୍ରି ନିଷିଦ୍ଧ

ନୂଆଦିଲ୍ଲୀ: ଭାରତୀୟ ଏଭରେଷ୍ଟ ମସଲାରୁ ହାନିକାରକ କୀଟନାଶକ ମିଳିବା ନେଇ ସିଙ୍ଗାପୁର ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇବାର ଗୋଟିଏ ଦିନ ପରେ ଚୀନ୍‌ର ହଂକଂ ସରକାର ସମାନ ଅଭିଯୋଗରେ ଏଭରେଷ୍ଟ ଓ ଏମ୍‌ଡିଏଚ ମସଲା ବିକ୍ରି ନିଷିଦ୍ଧ କରିଛନ୍ତି।

ଏମ୍‌ଡିଏଚର ତିନିଟି ମସଲା ଯଥା, ମାଡ୍ରାସ କରି ପାଉଡର, ସମ୍ବର ମସଲା ମିକ୍ସଡ୍‌ ପାଉଡର ଓ କରି ପାଉଡର ମିକ୍ସ ମସଲା ଏବଂ ଏଭରେଷ୍ଟର ଫିସ୍‌ କରି ମସଲାରୁ ନିୟମିତ ଯାଞ୍ଚ ସମୟରେ ହାନିକାରକ କୀଟନାଶକ ଏଥିଲିନ୍‌ ଅକ୍ସାଇଡ ମିଳିଥିବା ହଂକଂର ଖାଦ୍ୟ ସୁରକ୍ଷା କେନ୍ଦ୍ର ପକ୍ଷରୁ ଏପ୍ରିଲ ୫ରେ କୁହାଯାଇଛି। ସିଙ୍ଗାପୁର ସରକାର ଏଭରେଷ୍ଟ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାର ଗୋଟିଏ ଦିନ ପରେ ହଂକଂ ସରକାର ଏଭରେଷ୍ଟ ଓ ଏମ୍‌ଡିଏଚ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାରଣ ଏଥିରେ କୀଟନାଶକ ଏଥିଲିନ୍‌ ଅକ୍ସାଇଡ ଉଚ୍ଚ ସ୍ତରରେ ଥିବା ପ୍ରମାଣ ମିଳିଛି।

- Advertisement -

କର୍କଟ କ୍ଷେତ୍ରରେ ଅନୁସନ୍ଧାନ କରୁଥିବା ଏକ ଆନ୍ତର୍ଜାତିକ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଏଥିଲିନ୍‌ ଅକ୍ସାଇଡ ହେଉଛି ଏକ ଗ୍ରୁପ୍‌-୧ କାର୍ସିନୋଜେନ୍‌। ସୂକ୍ଷ୍ମଜୀବ ପ୍ରଦୂଷଣକୁ କମାଇବା ନିମନ୍ତେ କୃଷିଜାତ ଦ୍ରବ୍ୟକୁ ଧୂଆଁ ଦେବା ପାଇଁ ସାଧାରଣତଃ ଏଥିଲିନ ଅକ୍ସାଇଡ୍ କୀଟନାଶକ ବ୍ୟବହାର ହୋଇଥାଏ। ତେବେ ଖାଦ୍ୟ ପଦାର୍ଥରେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଖାଦ୍ୟ ପଦାର୍ଥରେ କୀଟନାଶକ ଅବଶେଷ ନିୟମ ଅନୁଯାୟୀ ମନୁଷ୍ୟଙ୍କ ପାଇଁ କୀଟନାଶକ ଅବଶେଷ ଥିବା ଭୋଜନ କେବଳ ସେତେବେଳେ ବିକ୍ରି ହୋଇପାରିବ ଯେବେ ଭୋଜନ ଖାଇବା ହାନିକାରକ ଓ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ହୋଇ ନ ଥିବ। ଅଧିକୃତ ବିକ୍ରେତାଙ୍କୁ ଏନେଇ ସଚେତନ କରିବା ସହିତ ଏହି ମସଲା ବିକ୍ରି ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି। ନିର୍ଦେଶ ଅନୁଯାୟୀ ଅଧିକୃତ ବିକ୍ରେତା ଓ ଆମଦାନୀକାରୀ ଏହି ମସଲାର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିନେଇ ଅଧିକ ତଦନ୍ତ ଚାଲୁ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories