www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ନାଗରିକତା ଗ୍ରହଣ; ଦ୍ବିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶର ବିକଶିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମେରିକା ଅନ୍ୟତମ। ଏଠାରେ ବିଭିନ୍ନ ଦେଶରୁ ଲୋକେ ଆସି ବସବାସ କରନ୍ତି। ଆମେରିକା ପକ୍ଷରୁ ମଧ୍ୟ ସେମାନଙ୍କୁ ନାଗରିକତା ମାନ୍ୟତା ଦିଆଯାଇଥାଏ। ତେବେ ଏହି ବିକଶିତ ଦେଶରେ ନୂତନ ନାଗରିକତା ଗ୍ରହଣ କ୍ଷେତ୍ରରେ ଭାରତୀୟମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମେକ୍ସିକୋ ପ୍ରଥମ ସ୍ଥାନରେ ଥିବାବେଳେ ଚୀନ ତୁଳନାରେ ଭାରତ ଆଗରେ ରହିଛି।

ଆମେରିକାର ନୂତନ ସଂସଦୀୟ ରିପୋର୍ଟ ଅନୁସାରେ, ପ୍ରାୟ ୬୫ ହଜାର ୯୬୦ ଭାରତୀୟ ୨୦୨୨ ମସିହାରେ ଆମେରିକାର ନାଗରିକତା ଗ୍ରହଣ କରିଛନ୍ତି। ୩୩ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୨୦୨୨ ସୁଦ୍ଧା ବିଦେଶୀ ନାଗରିକଙ୍କ ସଂଖ୍ୟା ପ୍ରାୟ ୪ କୋଟି ୬୦ ଲକ୍ଷ ରହିଥିଲା, ଯାହା ଦେଶର ମୋଟ ଜନଂସଖ୍ୟାର ୧୪ ପ୍ରତିଶତ। ଏହି ବର୍ଷ ୯ ଲକ୍ଷ ୬୯ ହଜାର ୩୮୦ ଜଣ ବିଦେଶୀ ନାଗରିକ ନିୟମ ଅନୁସାରେ ଆମେରିକାର ନାଗିତକତ୍ବ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ମେକ୍ସିକୋର ବାସିନ୍ଦା ହୋଇଥିବାବେଳେ ୨ୟ ସ୍ଥାନରେ ରହିଛି ଭାରତ। ଅନ୍ୟମାନଙ୍କ ମଧ୍ୟରେ ଫିଲିପିନ୍ସ, କ୍ୟୁବା ଏବଂ ଡୋମିନିକ୍‌ ରିପବ୍ଲିକ୍‌ର ଲୋକ ମଧ୍ୟ ସାମିଲ ଅଛନ୍ତି।

- Advertisement -

ରିପୋର୍ଟ ଅନୁସାରେ, ୨୦୨୨ରେ ମେକ୍ସିକୋର ୧ ଲକ୍ଷ ୨୮ ହଜାର ୮୭୮ ଜଣ ଆମେରିକାର ନାଗରିକତା ହାସଲ କରିଛନ୍ତି। ଏହା ପଛକୁ ଭାରତ ଥିବାବେଳେ ୩ୟ ସ୍ଥାନରେ ଫିଲିପିନ୍ସର ୫୩ ହଜାର ୪୧୩, କ୍ୟୁବାର ୪୬ ହଜାର ୯୧୩, ଡୋମିନିକ୍‌ ଗଣରାଜ୍ୟର ୩୪ ହଜାର ୫୨୫, ଭିଏତନାମର ୩୩ ହଜାର ୨୪୬ ଏବଂ ଚୀନର ୨୭ ହଜାର ୩୮ ନାଗରିକ ଆମେରିକାର ନାଗରିକତା ଗ୍ରହଣ କରିଛନ୍ତି। ତେବେ ୨୦୨୩ ସୁଦ୍ଧା ଆମେରିକାରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୨୮ ଲକ୍ଷ ୩୧ ହଜର ୩୩୦ ରହିଛି। ମେକ୍ସିକୋର ୧ କୋଟି ୬ ଲକ୍ଷ ୩୮ ହଜାର ୪୨୯ ଜଣ ଆମେରିକାରେ ବାସ କରୁଥିବାବେଳେ ଚୀନର ୨୨ ଲକ୍ଷ ୨୫ ହଜାର ୪୪୭ ଜଣ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories