www.samajalive.in
Friday, December 5, 2025
17.1 C
Bhubaneswar

ରୋମାଞ୍ଚଭରା ମ୍ୟାଚରେ ୧ ରନ୍‌ରେ ହାରିଲା ବେଙ୍ଗାଲୁରୁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଏକ ରୋମାଞ୍ଚଭରା ମ୍ୟାଚରେ ରବିବାର କଲକାତା ନାଇଟ୍‌ ରାଇଡର୍ସ (କେକେଆର) ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୧ ରନ୍‌ରେ ହରାଇ ଦେଇଛନ୍ତି। ୨୨୩ ରନ୍‌ର ଟାର୍ଗେଟକୁ ପିଛା କରି ବେଙ୍ଗାଲୁରୁ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୦ ୱିକେଟ୍‌ ହରାଇ ୨୨୧ ରନ୍‌ କରିବାରେ ସମର୍ଥ ହୋଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୨୨୨ ରନ୍‌ ସଂଗ୍ରହ କରିଥିଲା। ୨୨୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବି ମାତ୍ର ୩୫ ରନରେ ୨ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହା ପରେ ୱିଲ୍‌ ଜ୍ୟାକ୍‌ସ ଏବଂ ରଜତ ପଟିଦାର ୧୦୨ ରନ୍‌ର ପାର୍ଟନରସିପ୍‌ କରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ। କିନ୍ତୁ ଏହା ପରେ ଦଳ ମାତ୍ର ୧୮ ରନରେ ୪ ୱିକେଟ ହରାଇଥିଲା। ଶେଷ ଓଭରରେ ଦଳ ବିଜୟ ପାଇଁ ୨୧ ରନ୍‌ ଆବଶ୍ୟକ କରୁଥିବାବେଳେ ୧୯ ରନ୍‌  ସଂଗ୍ରହ କରିପାରିଥିଲା। ଶେଷ ଓଭରରେ କର୍ନ ଶର୍ମା ମିଚେଲ ଷ୍ଟାର୍କଙ୍କ ପ୍ରଥମ ୪ଟି ବଲରୁ ୩ଟି ଛକା ମାରି ଦଳ ପାଇଁ ବିଜୟ ରାସ୍ତା ପରିଷ୍କାର କରିଥିଲେ। ମାତ୍ର ୫ମ ବଲରେ ସେ ଆଉଟ ହୋଇଯାଇଥିଲେ। ଏହା ପରେ ୧ ବଲରେ ୩ ରନ ଦରକାର ଥିବାବେଳେ ମାତ୍ର ଗୋଟିଏ ରନ୍‌ ସଂଗ୍ରହ ହୋଇପାରିଥିଲା।

- Advertisement -

ଆରସିବି ପକ୍ଷରୁ ୱିଲ୍‌ ଜ୍ୟାକ୍ସ ସର୍ବାଧିକ ୫୫ ରନ୍‌(୩୨ ବଲ) ଏବଂ ଏହା ପଛକୁ ପଟିଦାର ୫୨ ରନ୍‌(୨୩ବଲ) ସଂଗ୍ରହ କରିଥିଲେ। କେକେଆର ପକ୍ଷରୁ ଆନ୍ଦ୍‌ରେ ରସେଲ ସର୍ବାଧିକ ୩ ୱିକେଟ, ସୁନିଲ ନାରିନ୍‌ ଏବଂ ହର୍ସିତ ରାଣା ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories