www.samajalive.in
Tuesday, December 9, 2025
16.1 C
Bhubaneswar

ଶୁକ୍ରବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ବ୍ୟବସାୟ ଲାଭଜନକ ହେବାର ସୂଚନା ମିଳୁଛି। ପରିବାରର ସଂସ୍କାରଶାଳାକୁ ମାନି ଚରିତ୍ରବାନ୍ ହେବା ସହିତ ଦାମ୍ପତ୍ୟ ସୁଖ ପାଇବେ।

ବୃଷ- ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ୍‌ ପ୍ରାପ୍ୟ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ବାସଗୃହ ଉତ୍ତମ ମାନର ହେବ।

- Advertisement -

ମିଥୁନ- ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ଚଳାଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ଦେବ ଦର୍ଶନ ପାଇଁ ଆତ୍ମଶାନ୍ତି ଲାଭ କରିବେ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହୋଇପାରନ୍ତି।

କର୍କଟ- ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହେବାର ସୂଚନା ମିଳୁଛି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ସହିଷ୍ଣୁ ଓ ହୃଷ୍ଟଚିତ୍ତ ହେବେ। ମନ ପ୍ରଫୁଲ୍ଲ ରହିବ।

ସିଂହ- ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା- ଏକାନ୍ତରେ ତପ, ସାଧନା ଫଳବତୀ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଆତିଥ୍ୟରେ ଧନ ବ୍ୟୟ କରିବେ।

ତୁଳା- ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ଯଶସ୍ବୀ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ଚଳାଇ ସଫଳତା ଲାଭ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ କରିବେ।

ବିଛା- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଆର୍ଥିକ ସ୍ଥିତିର ମାନକୁ ଦୃଢ଼ କରିପାରନ୍ତି। ଦୀନ, ଦରିଦ୍ରଙ୍କୁ ଦାନ କରିପାରନ୍ତି।

ଧନୁ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନ ଓ ଅନୁଗତମାନଙ୍କର ପ୍ରଶଂସାର ପାତ୍ର ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମକର- ଆର୍ଥିକ ସଙ୍କଟ ଉପୁଜିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରାରେ ବିପଦ ଅଛି।

କୁମ୍ଭ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। ମନରେ ସନ୍ତୋଷ ଲାଭ କଲା ଭଳି କିଛି ଘଟଣା ଘଟିବ। ଫଳ ପ୍ରତି ଆଶା ନ ରଖି କର୍ମତତ୍ପର ରହିବେ। ରୁଚିକର ଭୋଜନ ପ୍ରାପ୍ତ କରିପାରନ୍ତି।

ମୀନ- ପରିବାରର ସାହାଯ୍ୟ ସହଯୋଗରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories