www.samajalive.in
Monday, December 8, 2025
24.1 C
Bhubaneswar

ଉଠା ଦୋକାନୀଙ୍କ କବଜାରେ ଗୋପାଳପୁର ବେଳାଭୂମି

ଗୋପାଳପୁର : ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରୁ ଗୋପାଳପୁର ଏକ ପ୍ରମୁଖ ପର୍ଯଟନସ୍ଥଳୀ । କିନ୍ତୁ ଏଠାରେ ପର୍ଯ୍ୟଟକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାବେଳେ ପର୍ଯ୍ୟଟକ ସୁବିଧା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ମୁଖ୍ୟ ବେଳାଭୂମି ରହିଥିବାବେଳେ ଏବେ ଏହା ଉଠା ଦୋକାନୀଙ୍କ କବଜାରେ ରହିଛି। ଯାହାଫଳରେ ପର୍ଯ୍ୟଟକମାନେ ମୁଖ୍ୟ ବେଳାଭୂମି ବୁଲାବୁଲିରେ ଅସୁବିଧା ପରିଲକ୍ଷିତ ହୋଇଛି।

ଧରାପଡ଼ିଲା ୩ ବାଇକ ଚୋର ଗ୍ୟାଙ୍ଗ, ୪ ଚୋରା ବାଇକ ଉଦ୍ଧାର 

- Advertisement -

ମୁଖ୍ୟ ବେଳାଭୂମିରେ ଦୋକାନ କରିଥିବା ଉଠା ଦୋକାନୀମାନେ ଗ୍ରାହକଙ୍କ ନିମନ୍ତେ ଦୋକାନ ସମ୍ମୁଖରେ ଚେୟାର ପକାଇଥିବାବେଳେ ଭୂଲ ବଶତଃ ଯଦି କୌଣସି ପର୍ଯ୍ୟଟକ ଚେୟାରରେ ବସି ପଡ଼ୁଛନ୍ତି ତେବେ ଦୋକାନୀ ତାଙ୍କ ଠାରୁ ଚେୟାର ପିଛା ଜୋରଜବରଦସ୍ତ ୨୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ବେଳାଭୂମି ପରିସରରେ ଚେୟାରର ବ୍ୟବସ୍ଥା କରା ଯାଉନଥିବାରୁ ଉଠା ଦୋକାନୀଙ୍କ ଦୈରାତ୍ମ୍ୟ ବଢ଼ି ଯାଉଥିବା ଅଭିଯୋଗ ହୋଇଛି। ଏଣୁ ମୂଖ୍ୟ ବେଳାଭୂମି ପରିସରରୁ ଉଠା ଦୋକାନୀଙ୍କୁ ହଟାଇ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ଦୋକାନୀଙ୍କ ଦ୍ବାରା ପର୍ଯ୍ୟଟକଙ୍କଠାରୁ ଚେୟାରରେ ବସିଲେ ୨୦ ଟଙ୍କା ଲେଖାଏଁ ଆଦାୟ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories