www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଲେ ଏମିତି ବଢିଯିବ ଆପଣଙ୍କ ଖର୍ଚ୍ଚ

ନୂଆଦିଲ୍ଲୀ- ଏବେ ଇସ୍ରାଏଲ୍‌ ଇରାନ୍‌ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି । ଇରାନ୍‌ ଇସ୍ରାଏଲ୍‌ ଉପରେ କ୍ଷେପଣାସ୍ତ୍ର ମାଡ କରିଛି । ଏହାପରେ ଇସ୍ରାଏଲ୍‌ ଇରାନ୍‌ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଇସ୍ରାଇଲ୍‌ ଠିକଣା ସମୟରେ ଇରାନ୍‌କୁ ଉଚିତ୍‌ ଜବାବ ଦେବ ବୋଲି କହିଛନ୍ତି ।
ଏବେ ଯୁଦ୍ଧର ଆଶଙ୍କା ଆହୁରି ବୃଦ୍ଧି ପାଇଛି । କିଛି ଦେଶ ଇସ୍ରାଏଲ୍‌କୁ ସମର୍ଥନ କରୁଥିବା ବେଳେ ଚୀନ୍‌ ଏବଂ ରୁଷ୍‌ ପରି ଦେଶ ଇରାନର ସମର୍ଥନ କରିପାରନ୍ତି । ଯୁଦ୍ଧର ପରିସର ବୃଦ୍ଧି ପାଇଲେ ଭାରତ ଉପରେ ଏହାର ପ୍ରଭାବ ପଡିବ ।

ପଢନ୍ତୁ – ନିର୍ବାଚନ ପୂର୍ବରୁ ମୋଦୀ କହିଲେ ଏମିତି – ସାକ୍ଷାତକାରରେ…. 

- Advertisement -

ଇରାନ୍‌ ଏବଂ ଇସ୍ରାଇଲ୍‌ ସହ ଭାରତର ଭଲ ସମ୍ପର୍କ ରହିଛି । ଇସ୍ରାଏଲ୍‌ ସହ ଏବେ ସମ୍ପର୍କ ବେଶ୍ ଭଲ । ୨୦୨୨-୨୩ରେ ଭାରତ ଏବଂ ଇରାନ୍‌ ମଧ୍ୟରେ ୧୯୩୩୩ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ୨୦୨୩-୨୪ରେ ଇସ୍ରାଏଲ୍‌ ସହ ଭାରତର ୩୬୬୮୬ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଇରାନ୍‌ରେ ପ୍ରାୟ ୧୦ ହଜାର ଭାରତୀୟ ରହୁଥିବା ବେଳେ ଇସ୍ରାଏଲ୍‌ରେ ୧୮ହଜାର ଭାରତୀୟ ନାଗରିକ ରହୁଛନ୍ତି । ମଧ୍ୟପ୍ରାଚ୍ୟ ଦଶମାନଙ୍କରେ ୯୦ ଲକ୍ଷ ଭାରତୀୟ ରହିଛନ୍ତି ।

ଯୁଦ୍ଧ ହେଲେ ଏମାନେ ସେମାନଙ୍କର ଚାକିରି ଛାଡି ଭାରତ ପଳାଇ ଆସିବାର ଆଶଙ୍କା ରହିଛି । ସେହିପରି ଅଶୋଧିତ ତୈଳ ଦର ଉପରେ ମଧ୍ୟ ପ୍ରଭାବ ପଡିବ । ଯୁଦ୍ଧ ହେଲେ ଅନ୍ତରାଷ୍ଟ୍ରୀୟ ତେଲ ଦର ବୃଦ୍ଧି ପାଇବ । ଏପରି ହେଲେ ଅନ୍ୟ ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ପାଇବ । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ପ୍ରତି ବ୍ୟାରେଲ୍‌ ୯୧ ଟଙ୍କାରେ ପହଞ୍ଚି ସାରିଲାଣି । ଭାରତ ପ୍ରାୟ ୪୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରିଥାଏ। ମୁଖ୍ୟତଃ ଇରାନ, ସାଉଦି ଆରବ, ୟୁଏଇ ସମେତ ଅନେକ ଦେଶରୁ ଅଶୋଧିତ ତୈଳ କିଣିଥାଏ।

ଇରାନ୍‌ ସୁଏଜ୍‌ କେନାଲ୍‌କୁ ବନ୍ଦ କରିବ ବୋଲି ଧମକ ଦେଇଛି । ଏପରି ହେଲେ ସାରା ବିଶ୍ୱରେ ଜାହାଜ ଚଳାଚଳ ଉପରେ ପ୍ରଭାବ ପଡିବ । ଭାରତରେ ପେଟ୍ରୋଲ ଡିଜେଲ୍‌ ସହ ଅନ୍ୟ ସମାଗ୍ରୀର ଦରଦାମ ଯୁଦ୍ଧ ଯୋଗୁଁ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories