ନାତୁଣୀକୁ ବଳୀ ଦେଇଥିବା ଜେଜେବାପାକୁ ଆଜୀବନ କାରାଦଣ୍ଡ

0

ସୋର : କାଳୀ ସାଧନାକୁ ସଫଳ କରିବା ପାଇଁ ନାତୁଣୀକୁ ବଳୀ ଦେଇଥିବା ଜେଜେବାପାକୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବାଲେଶ୍ବର ଅତିରିକ୍ତ ଜିଲା ଦୈରାଜଜ ୨ର ଜଷ୍ଟିସ ଦେବାଶିସ ରାଉତ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ୨୦୧୭ ମସିହା ଏପ୍ରିଲ ୩ତାରିଖରେ ବାଲେଶ୍ବର ଜିଲା ଔପଦା ଥାନା ବଧି ଗ୍ରାମର ମଦନ ସୂତାର ତାଙ୍କ ବଡଭାଇର ପୁଅ କମଳାକାନ୍ତ ସୂତାରଙ୍କ ଝିଅ ଜସ୍ମିନୀ ସୂତାରଙ୍କୁ ବଳି ଦେଇଥିଲେ। ନିଜର କାଳୀ ସାଧନାକୁ ଚରିତାର୍ଥ କରିବା ପାଇଁ ଘରେ କେହିନଥିବା ସମୟରେ ନାତୁଣୀର ହାତକୁ ଏକ ଛୁରୀରେ କାଟିବା ସହ ଏକ କଳାସୂତାରେ ତାର ତଣ୍ଟିକୁ ଚାପି ମାରିଦେଇଥିଲେ। ପରେ ନିଜ ବାଡିପଟ କୁଟାବଦାଡି ତଳେ ମୃତାଦହକୁ ଲୁଚାଇ ଦେଇଥିଲେ। ଝିଅକୁ ଘରଲୋକ ଖୋଜିବା ଆରମ୍ଭ କରିବାରୁ ସେ ନିଜେ ଲୋକ ମାନଙ୍କ ସହ ମିଶି ଖୋଜାଖୋଜି କରିଥିଲେ। ତେବେ କିଛିଦିନ ତାଙ୍କର ଗତିବିଧିକୁ ଲକ୍ଷ୍ୟ କରିବା ପରେ ଲୋକେ ମଦନଙ୍କ ସାନ ପୁଅ ରିଙ୍କୁ ସୂତାରଙ୍କୁ ନିକଟ କମାର ପାଳ ଠାରୁ ଧରି ପଚରା ଉଚରା କରିଥିଲେ। ନିଜ ବାପା ଏହି ହତ୍ୟା କରିଥିବା ରିଙ୍କୁ ନିଜେ ଦେଖିଥିବା ସ୍ବୀକାର କରିଥିଲେ। ଏହାପରେ ପୁଲିସ କମଳା କାନ୍ତଙ୍କ ଅଭିଯୋଗକୁ ଆଧାର କରି ମଦନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା।

Leave A Reply