www.samajalive.in
Thursday, December 11, 2025
13.1 C
Bhubaneswar

ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ଚଞ୍ଚକତା ଘଟଣା

ବଡ଼ସାହି : ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ଚଞ୍ଚକତା ଅଭିଯୋଗ ଘଟଣାରେ ଜବତ ହୋଇଥିବା ଚାଉଳ ବୋଝେଇ ଭ୍ୟାନ ଓ ସିଲ୍‍ ହୋଇଥିବା ବଡ଼ସାହି ସିଡ଼ିପିଓଙ୍କ ଗୋଦାମ ଗୃହରେ ଥିବା ଚାଉଳ ଓଜନ କରାଯାଇଛି। ଉପଜିଲାପାଳଙ୍କ ନିର୍ଦେଶରେ ତଦନ୍ତ ଦାୟିତ୍ୱରେ ଥିବା ବଡ଼ସାହି ତହସିଲଦାର ଅମୀୟ କୁମାର ରାଉତଙ୍କ ଉପସ୍ଥିତିରେ ଏଡ଼ିଏସ୍‍ଡ଼ବ୍ଲୁଓ ସାଧନ ଚନ୍ଦ୍ର ଦାସ ଓ ଏସଏ ଗୁଣନିଧି ଧାରୁଆ ୨୯୮ଟି ଚାଉଳ ବ୍ୟାଗ ବା ବୁରା ଗୁଡ଼ିକ ଓଜନ ଦେଖିଥିଲେ। ୫୦କିଗ୍ରା ବିଶିଷ୍ଟ ଏହି ବ୍ୟାଗରୁ ଅଧିକାଂଶରେ ୪/୫କିଗ୍ରା ଚାଉଳ କମ୍‍ ଥିବା ଦେଖାଯାଇଥିଲା। ଓଜନ ସମ୍ପର୍କିତ ତଥ୍ୟ ପ୍ରଦାନ ପରେ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ସେ ନେବେ ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ପୁର୍ନବାର କେନ୍ଦ୍ରଗୁଡ଼ିକୁ ଚାଉଳ ବଣ୍ଟନ ଆରମ୍ଭ ହୋଇଛି। ସରକାରୀ କାର୍ଯ୍ୟଦିବସରେ ଅପରାହ୍ଣ ୪ଟା ମଧ୍ୟରେ ଏଣିକି ନିୟମ ଅନୁଯାୟୀ ଚାଉଳ ବଣ୍ଟନ କରାଯିବ। କର୍ମୀଙ୍କ ଘର ପରିବର୍ତ୍ତେ ଅଙ୍ଗନବାଡ଼ି କେନ୍ଦ୍ରରେ ହିଁ ଚାଉଳ ଦିଆଯିବ। ଚାଉଳ ଗ୍ରହଣ ସମୟରେ କର୍ମୀ, ମାତୃକମିଟି ସଭାପତି ଓ ଯାଞ୍ଚ କମିଟିର ମୁଖ୍ୟଙ୍କୁ ମିଶାଇ ୩ଜଣଙ୍କ ଉପସ୍ଥିତିରେ ଚାଉଳ ଓଜନ ଅନୁଯାୟୀ ୱେବିଲ ରସିଦରେ ସ୍ୱାକ୍ଷର କରିବେ। ଓଜନ କମ୍‍ ଥାଇ ସେମାନଙ୍କୁ ସ୍ୱାକ୍ଷର ପାଇଁ ବାଧ୍ୟ କରାଗଲେ ଉପଜିଲାପାଳଙ୍କୁ ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ଯୋଗାଣକାରୀ ଏଜେଣ୍ଟ ଜଣଙ୍କ ଚଳିତ ମାସ ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ୩୩୨ବୁରା ଚାଉଳରୁ ୭୯ ବୁରା ଚାଉଳ ସିଡ଼ିପିଓଙ୍କ ଗୋଦାମରୁ ନେଇ ପିକଅପ୍‍ ଭ୍ୟାନରେ ପ୍ରତାପପୁର ସେକ୍ଟରର ବିଭିନ୍ନ କେନ୍ଦ୍ରରେ ବାଣ୍ଟୁଥିଲେ। ତେବେ ପ୍ରତ୍ୟେକ ୫୦କିଗ୍ରା ଚାଉଳ ବୁରାରେ ୫/୬କିଗ୍ରା କମ୍‍ ଥିବା ଜଣା ପଡ଼ିବା ପରେ କଂଗ୍ରେସ ଦଳର ନେତୃବର୍ଗଙ୍କ ସହିତ ଶତାଧିକ ଗ୍ରାମବାସୀ ପିକଅପ୍‍ ଭ୍ୟାନକୁ ଅଟକ ରଖି ଉପଜିଲାପାଳଙ୍କୁ ଜଣାଇବାରୁ ବଡ଼ସାହି ତହସିଲଦାର ଓ ସିଡିପିଓ ଘଟଣା ସ୍ଥଳରେ ପହଞ୍ଚି ଚାଉଳ ବୋଝେଇ ଭ୍ୟାନ୍‍ ଓ ଟେମ୍ପାରିଂ କରାଯାଇଥିବା ୱେବିଲ ବହିକୁ ଜବତ କରିବା ସହିତ ଗଚ୍ଛିତ ଥିବା ଚାଉଳ ଗୋଦାମ ଗୃହକୁ ସିଲ୍‍ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories