www.samajalive.in
Wednesday, December 10, 2025
16.1 C
Bhubaneswar

ଡାକ କର୍ମଚାରୀଙ୍କ ଅନିର୍ଦ୍ଧିଷ୍ଟ କାଳ ବନ୍ଦ ଡାକରା

ମୋହନା : ଦେଶବ୍ୟାପି ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ତରଫରୁ ୩ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି। ମୋହନା ଜୋନ୍‍କୁ ନେଇ ୯ଟି ସେକ୍ଟରର ୨୭ ଜଣ କର୍ମଚାରୀ ମୋହନା ପୋଷ୍ଟ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଗୁଡିକ ମଧ୍ୟରୁ ଜିଜିଏସ୍‍ କମିଟିର ଶତ ପ୍ରତିଶତ ସାକାରାତ୍ମକ ସୁପାରିଶକୁ ୧ତାରିଖ ଠାରୁ କାର୍ଯ୍ୟକାରୀ କରାଯାଉ, ପ୍ରହୋତ୍ସନା(ଇନ୍‍ସେଟିଭ୍‍) ନିୟମ ଭାରତୀୟ ଡାକ ପେମେଂଟ ବ୍ୟାଙ୍କ କାର୍ଯ୍ୟରୁ ସମ୍ପୁର୍ଣ୍ଣ ଉଚ୍ଛେଦ କରି ଡାକଘର ଓ ଡାକ ସେବକମାନଙ୍କ କାର୍ଯ୍ୟଭାର (ଓା୍ୱର୍କଲୋଡ) ରୂପେ ଗଣନା କରି ସମୟ ଧାର୍ଯ୍ୟ କରାଯାଉ। ଶାଖା ଡାକଘର ଏବଂ ଡାକସେବକ ମାନଙ୍କ କାର୍ଯ୍ୟଭାର ୮ ଘଣ୍ଟା ବୃଦ୍ଧି କରି ବିଭାଗୀୟ କର୍ମଚାରୀ ପାଉଥିବା ସମସ୍ତ ସୁବିଧା ଯୋଗାଇ ଦିଆଯାଉ। ଆଗରୁ ବହୁବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲେ ସୁଦ୍ଧା ସରକାର ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ନରଖିବାରୁ ପୁଣି ୧୮ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ଡାକ କର୍ମଚାରୀମାନେ କହିଛନ୍ତି। ଏହି ବନ୍ଦ ଡାକରାରେ ମୋହନା ବ୍ଲକର ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories