www.samajalive.in
Saturday, December 13, 2025
26.1 C
Bhubaneswar

କବାଟ ତାଡି ଲୁଟିଲେ ଟଙ୍କା ଓ ସୁନା, ଝିଅ ବାହାଘର ପାଇଁ ଚିନ୍ତାରେ ପରିବାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ମାଢୁଆ ଗ୍ରାମର ଏକ ଘରୁ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ସୁନା, ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ମୁନା ସେଠୀ ନିଜ ଝିଅ ବାହାଘର ପାଇଁ  ସୁନା ଗହଣା ଓ ଟଙ୍କା ରଖିଥିଲେ । ଗତକାଲି ରାତିରେ ଦୁର୍ବୃତ୍ତମାନେ ବାଡିପଟ କବାଟ ଭାଙ୍ଗି କାଠ ଆଲମାରୀ ଭାଙ୍ଗି ସେଥିରେ ଥିବା ୩ ତୁଳା ସୁନା ଓ ନଗଦ ଏକ ହଜାର ଟଙ୍କା ଲୁଟି ନେଇଥିଲେ । ସକାଳୁ ପରିବାର ଲୋକେ ଦେଖିବା ପରେ ସୁନା, ଟଙ୍କା ଚୋରି ହୋଇଥିବା ଜାଣିପାରି ଗୋପାଳପୁର ଥାନାରେ ମୁନା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ଦେଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories