ଚନ୍ଦ୍ରରେ ନଜର ଆସିଲା ରହସ୍ୟମୟ ଯାନ, ଯାଞ୍ଚ ପରେ ଚକିତ ହେଲା ନାସା
ନୂଆଦିଲ୍ଲୀ : ନାସାର ଲୁନର ରିକନ୍ସେନ୍ସ ଅର୍ବିଟର ଚନ୍ଦ୍ରର ଫଟୋ ନେଉଛି । ସେ ଲଗାତର ଚନ୍ଦ୍ରର ଚାରିପଟେ ଚକ୍କର କାଟୁଛି । ତେବେ ଏହା ମଧ୍ୟରେ ତାକୁ ଏକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଛି । ଏହି ରହସ୍ୟମୟ ଜିନିଷ ଏକ ସର୍ଫବୋର୍ଡ ଭଳି ନଜର ଆସିଛି ।
ପ୍ରଥମେ ଏହା କୌଣସି ୟୁଏଫଓ ବା ଏଲିୟନମାନଙ୍କ ଜାହାଜ ଭଳି ନଜର ଆସୁଥିଲା । ଏହା ଦେଖି ନାସା ବୈଜ୍ଞାନିକମାନେ ଚକିତ ହୋଇଗଲେ । କାରଣ ବୈଜ୍ଞାନିକମାନେ ପୂର୍ବରୁ କେବେ ଏଭଳି ଲମ୍ବ ଆକାରର ବସ୍ତୁ ଚନ୍ଦ୍ର ପାଖରେ ଦେଖିନଥିଲେ । ପରେ ଏଲଆରଓ ନେଇଥିବା ଫଟୋକୁ ଯାଞ୍ଚ କରାଗଲା । ଏହା ପରେ ତାର ଆଉ କିଛି ଫଟୋ ନିଆଗଲା ।
ତେବେ ଶେଷରେ ଜଣାପଡିଲା କି ଏହି ରହସ୍ୟମୟ ବସ୍ତୁଟି ଦକ୍ଷିଣ କୋରିଆର ଲୁନର ଅର୍ବିଟର ଦାନୁରୀ । ଏହାର ଆକାର ଏମିତି ନଜର ଆସିବାର କାରଣ ନାସାର ଏଲଆରଓ ଏବଂ କୋରିଆର ଦାନୁରୀ ଅଲଗା ଅଲଗା ଅର୍ବିଟରେ ଏକାଠି ବୁଲୁଥିଲେ । ଏଲଆରଓ ଏବଂ ଦାନୁରୀ ମଧ୍ୟରେ ଗତିରେ ଅନ୍ତର ପ୍ରାୟ ୧୧,୫୦୦ କିଲୋମିଟର ପ୍ରତି ଘଣ୍ଟା । ଏଥିପାଇଁ ଏଲଆରଓ ନେଇଥିବା ଫଟୋରେ ଛୋଟ ଦାନୁରୀ ମହାକାଶଯାନ ଏକ ବିଶାଳ ଏଲିୟନ ଜାହାଜ ଭଳି ନଜର ଆସୁଥିଲା । ତୀବ୍ର ଗତି ଯୋଗୁଁ ଏହା ପ୍ରାୟ ୧୦ ଗୁଣା ଅଧିକ ବଡ ଦେଖାଯାଉଥିଲା ।
Comments are closed.