www.samajalive.in
Saturday, December 13, 2025
21.1 C
Bhubaneswar

ମନ୍ଦିର ପରିସରରୁ ଦୁଇଟି ଅହିରାଜ ଉଦ୍ଧାର

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ଶିବ ମନ୍ଦିରରୁ ଦୁଇଟି ଅହିରାଜ ସାପ ଉଦ୍ଧାର ହୋଇଛି। ସାମନ୍ତିଆପଲ୍ହୀ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଭାବେ ସାପ ଦ୍ବୟକୁ ଉଦ୍ଧାର କରିଥିଲେ । ଗତ କାଲି ବିଳମ୍ବିତ ରାତିରେ ଅଭୟପୁର  ବାଣେଶ୍ୱର ଶିବ ମନ୍ଦିର ପରିସରରେ ଦୁଇଟି ବିରାଟକାୟ ସାପଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଜଣାଇଥିଲେ।  ସ୍ଥାନୀୟ ବନପାଳ ଅଭିନାଶ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ  ପହଞ୍ଚିବା ସହ ଏକ ଘଣ୍ଟାର ପରିଶ୍ରମ ପରେ କୌଶଳକ୍ରମେ ଦୁଇଟି ଅହିରାଜ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପ  ଦୁଇ ଟିକୁ  ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିବା ଏସ ସିଏଫ ମନୋଜ ପାତ୍ର ସୂଚନା ଦେଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories