www.samajalive.in
Monday, December 8, 2025
27.1 C
Bhubaneswar

ଫ୍ରାଏ ମଟନ


ମଟନ – ୫୦୦ଗ୍ରାମ
ପେଷା – ଅଦା, ରସୁଣ,କଞ୍ଚା ଲଙ୍କା, ଧନିଆ ପତ୍ର
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
ଧନିଆ ପତ୍ର – ଅଳ୍ପ
କଞ୍ଚା ଲଙ୍କା – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ କଞ୍ଚା ମଟନ, ପେଷା ହୋଇଥିବା ଅଦା, ରସୁଣ,କଞ୍ଚା ଲଙ୍କା, ଧନିଆ ପତ୍ର ବଟା, ଲୁଣ, ହଳଦୀ ଗୁଣ୍ଡ, ଆବଶ୍ୟକ ପରିମାଣରେ ପାଣି ପକାଇ୨ଟି ସିଟି ଦିଅନ୍ତୁ। ୨ଟି ସିଟି ହେବା ପରେ କୁକରକୁ ଗ୍ୟାସରୁ କାଢି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପେଷା ହୋଇଥିବା ଅଦା, ରସୁଣ,କଞ୍ଚା ଲଙ୍କା, ଧନିଆ ପତ୍ର , ଅଳ୍ପ ଲୁଣ, ଲଙ୍କା ଗୁଣ୍ଡ, ସିଝା ହୋଇଥିବା ମଟନ ପକାଇ ୧୦ ମିନିଟ କଷନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ପକାଇ ସଜାନ୍ତୁ ଓ ଗରମାଗରମ ଖାଆନ୍ତୁ ଟେଷ୍ଟି ଫ୍ରାଏ ମଟନ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories