www.samajalive.in
Saturday, December 6, 2025
26.1 C
Bhubaneswar

ଖରାଦିନେ ବ୍ୟବହାର କରୁଛନ୍ତି ଏସି: ଜାଣିଛନ୍ତି କିି କିଏ ଏହାର ସ୍ରଷ୍ଟା..

ନୂଆଦିଲ୍ଲୀ: ଗ୍ରୀଷ୍ମଦିନରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି)ର ଚାହିଦା ବହୁତ ବଢ଼ିଯାଏ। ପ୍ରତିବର୍ଷ ଖରା, ଗରମ ପ୍ରାୟତଃ ବଢ଼ି ଚାଲିଥିବାରୁ ଏଥିରୁ ମୁକ୍ତି ପାଇବା ପାଇଁ ବାସଭବନ, କାର୍ୟ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ଏସି ଲଗାଯାଉଛି। ଏସିର ଥଣ୍ଡା ପବନ ଟିକେ ମିଳିଗଲେ ଦେହରେ ଜୀବନ ପଶିଗଲା ପରି ଲାଗୁଛି। ବର୍ତ୍ତମାନ ଏସି ଆଉ ଆଭିଜାତ୍ୟର ଚିହ୍ନ ହୋଇ ରହି ନାହିଁ। ଧନୀ ଠାରୁ ଗରିବ ପ୍ରାୟ ସମସ୍ତଙ୍କ ଘରେ ଏସି ଲାଗିଥିବା ଦେଖିବାକୁ ମିଳୁଛି। ବିଦ୍ୟୁତ୍‌ଚାଳିତ ଆଧୁନିକ ଏସିର ଉଦ୍ଭାବକ ଭାବେ ଇତିହାସରେ ସ୍ମରଣୀୟ ହୋଇଛନ୍ତି ଆମେରିକାର ୱିଲିସ୍‌ କାରିୟର। ନ୍ୟୁୟର୍କରେ ୧୮୭୬ ନଭେମ୍ବର ୨୬ରେ ଜନ୍ମିତ ୱିଲିସ୍‌ ୧୯୦୧ରେ କରନେଲ୍‌ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ବୁଫାଲୋ ଫୋର୍ଗ କମ୍ପାନୀରେ କାମ କରିଥିଲେ। ୧୯୦୨ ମସିହାରେ ୱିଲିସ୍‌ ପ୍ରଥମ ବିଦ୍ୟୁତ୍‌ଚାଳିତ ଏସିର ଉଦ୍ଭାବନ କରିଥିଲେ। ସେ ୧୯୧୫ରେ କାରିୟର ଇଞ୍ଜିନିୟରିଂ କର୍ପୋରେସନର ପ୍ରତିଷ୍ଠା କରିଥିଲେ। ତାଙ୍କୁ ବିଭିନ୍ନ ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ମିଳିଥିଲା। ୧୯୫୦ ମସିହା ଅକ୍ଟୋବର ୭ରେ ନ୍ୟୁୟର୍କ ସିଟିରେ ତାଙ୍କର ଦେହାନ୍ତ ହୋଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories