www.samajalive.in
Saturday, December 13, 2025
14.1 C
Bhubaneswar

ଆରମ୍ଭ ହେଲା ଘଟଗାଁ ପ୍ରସିଦ୍ଧ ଚଇତି ପର୍ବ, ସପ୍ତାହେବ୍ୟାପୀ ସୁନାବେଶରେ ଦର୍ଶନ ଦେବେ ମା’ତାରିଣୀ

କେନ୍ଦୁଝରଗଡ଼: ଘଟଗାଁସ୍ଥିତ ମା’ ତାରିଣୀଙ୍କ ୮୯ତମ ପ୍ରସିଦ୍ଧ ଚଇତି ପର୍ବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥିପାଇଁ ମା’ ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଅପ୍ରେଲ ୯ରୁ ୧୫ ତାରିଖ ସପ୍ତାହବ୍ୟାପୀ ବାର୍ଷିକ ମହାବିଷୁବ ପଣାସଂକ୍ରାନ୍ତି ପର୍ବ ବା ଚଇତି ପର୍ବ-୨୦୨୪ ମଙ୍ଗଳବାର ଠାରୁ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି।

ପାରମ୍ପରିକ ପୂଜାର୍ଚ୍ଚନା ସହ ପ୍ରତ୍ୟହ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଯଥାବିଧି ଆରମ୍ଭ ହୋଇଛି। ମା’ ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ଘଟଗାଁର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଙ୍ଗଳବାର ଚଇତି ପର୍ବର ପ୍ରଥମ ଦିବସରେ ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା ମୁଖ୍ୟଅତିଥି, ସହକାରୀ କମିଶନର ରାଜେଶ ରୋଶନ ନନ୍ଦ, କ୍ଷଣ୍ଡୀୟ ଦେବୋତ୍ତର ନିରୀକ୍ଷକ ଦକ୍ଷୀଣ କୁମାର ମାରାଣ୍ଡି ଓ ନୀରିକ୍ଷକ କେନ୍ଦୁଝର ତ୍ରିଲୋଚନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିଛନ୍ତି।

- Advertisement -

ଏହି ଅବସରରେ ଅତିଥିଗଣଙ୍କ ଦ୍ୱାରା ସ୍ମରଣୀକା ‘ଅନୁଭୂତିରେ ମା’ତାରିଣୀ’ ଉନ୍ମୋଚିତ ହୋଇଯାଇଛି। ଅପ୍ରେଲ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପ୍ରତ୍ୟହ ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ଭଜନ, ପ୍ରବଚନ ଓ ବାଦି ପାଲା ପରିବେଷଣ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ମଙ୍ଗଳବାର ଚଇତି ପର୍ବର ପ୍ରଥମ ଦିବସରେ ବଡବିଲର ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ କଳାକାରଙ୍କ ଦ୍ୱାରା ଆଧ୍ୟାତ୍ମିକ ନୃତ୍ୟ, ଭଦ୍ରକର ସ୍ୱର ସାଧାନା ଗ୍ରୁପ ଓ ସୌରଭ ନାୟକଙ୍କ ଦ୍ୱାରା ଭଜନ ପରିବେଷଣ ଏବଂ ଭୁବନେଶ୍ୱରର ଶୁଭଶ୍ରୀ ମହାନ୍ତିଙ୍କ ଓଡିଶୀ ନୃତ୍ୟ ପରିବେଷଣ ପରେ ପୁରୀର ପ୍ରବଚକ ଡ.ବିପୀନ ବିହାରୀ ମହାପାତ୍ର ଓ ତପନ କୁମାର ନାୟକଙ୍କ ଦ୍ୱାରା ସନ୍ଧ୍ୟାରେ ପ୍ରବଚନ ଏବଂ ରାତିରେ ବିଶିଷ୍ଟ ପାଲାଗାୟକ ଶିଶିର କୁମାର ପାଢ଼ୀ ଓ ତୁଳସୀ ଚରଣ ମହାନ୍ତଙ୍କ ଦ୍ୱାରା ବାଦିପାଲା ପରିବେଷଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପ୍ରଥମ ଦିବସରୁ ଘଟଗାଁ ପୀଠକୁ ଅଧିକ ଚଳଚଞ୍ଚଳ କରିଛି।

ଏତଦ୍‌‌ବ୍ୟତୀତ ୯ରୁ ୧୫ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୫ଟାରେ ମା’ ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକୁଳି ପ୍ରସାଦ ବିତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପ୍ରସିଦ୍ଧ ପର୍ବରେ ମା’ଙ୍କ ସାନିଧ୍ୟ ଲାଭ ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମା’ଙ୍କ ଶୃଙ୍ଖଳିତ ଦର୍ଶନ ଓ ଭୋଗ ଲାଗି ନିମନ୍ତେ ଦର୍ଶନ ଧାଡି, ବ୍ୟାପକ ପୁଲିସ ଓ ସ୍ୱେଛାସେବୀ ମୁତୟନ, ସୂଚନା କେନ୍ଦ୍ର ଓ କଣ୍ଟ୍ରୋଲ ରୁମ୍‌‌ ବ୍ୟବସ୍ଥା, ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ଓ ଅଂଶୁଘାତ ପ୍ରତିକାର କେନ୍ଦ୍ର, ପାନୀୟଜଳ ଓ ଅସ୍ଥାୟୀ ପରିସ୍ରାଗାର, ଆକସ୍ମିକ ଦୁର୍ଘଟଣାର ପ୍ରତିକାର, ଅସ୍ଥାୟୀ ଟେଣ୍ଟ, ବିଶ୍ରାମସ୍ଥଳ ଓ ସୁସଜ୍ଜିତ ଆଲୋକତୋରଣ, ଅନ୍‌‌ଲାଇନ ମାଧ୍ୟମରେ ପୂଜା ଆଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପଣା ସଂକ୍ରାନ୍ତି ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା ପାଇଁ ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମଥର ପାଇଁ ଟ୍ରଷ୍ଟ ପକ୍ଷରୁ ଧାଡି ଦର୍ଶନ ଅସ୍ଥାୟୀ ଟେଣ୍ଟରେ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ହାତକୁ ନିଆଯାଇଥିବା ବେଳେ ଭକ୍ତ ପ୍ରତି ସର୍ବାଧିକ ୨ଟି ନଡିଆ ଓ ୧୦୮ ନଡିଆ ପାଇଁ ଦୁଆରଶୁଣି ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଅସ୍ଥାୟୀ ଟିକେଟ୍‌‌ କାଉଣ୍ଟର ଓ ପୂଜା ସାମଗ୍ରୀ ଦୋକାନ, ମିଠା ଭୋଗ ଦୋକାନ ଓ ଲକର ରୁମ୍‌‌ ସୁବିଧା ଟ୍ରଷ୍ଟ ପକ୍ଷରୁ ହାତକୁ ନିଆଯାଇଥିବା କୁହାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories