www.samajalive.in
Saturday, December 13, 2025
15.1 C
Bhubaneswar

ମିଥ୍ୟା ରାଗିଂ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ


କଟକ ସହର,୧୮ା୧୨ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତବାରଣ ନଷ୍ଟ କରୁଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଗିଂ ରୋକିବା ଓ ଅଣଛାତ୍ର ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ୨୦୧୯ ଜାନୁଆରୀ ପହିଲାରୁ ପରିଚୟପତ୍ର ନଥିବା ବିଦ୍ୟାର୍ଥୀଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶିବାକୁ ଅନୁମତି ମିଳିବନାହିଁ। ଏନେଇ କୁଳପତି ପ୍ରଫେସର ଈଶାନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଶୃଙ୍ଖଳାଗତ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବିଶୃଙ୍ଖଳିତ କାର୍ଯ୍ୟରେ ଲିପ୍ତ ଥିବା ଚାରି ଜଣ ବିଦ୍ୟାର୍ଥୀଙ୍କୁ ଦଣ୍ଡିତ କରାଯାଇଛି। ୪ ହଜାର ଟଙ୍କା ଯାଏଁ ଉକ୍ତ ବିଦ୍ୟାର୍ଥୀଙ୍କୁ ଦଣ୍ଡିତ କରାଯାଇଛି। ସେମାନଙ୍କ ବିରୋଧରେ ପୁନର୍ବାର ସମାନ ଅଭିଯୋଗ ଆସିଲେ ସେମାନଙ୍କୁ ବହିଷ୍କାର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ମିଥ୍ୟା ରାଗିଂ ଅଭିଯୋଗ ରୋକିବା ପାଇଁ ନୂଆ ନିୟମ କରାଯାଇଛି। ଉଦ୍ଦେଶ୍ୟମୂଳକ କୌଣସି ବିଦ୍ୟାର୍ଥୀ ମିଥ୍ୟା ରାଗିଂ ଅଭିଯୋଗ ଆଣିଲେ ତାଙ୍କ ବିରୋଧରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜଣେ ବିଦ୍ୟାର୍ଥୀ ରାଗିଂ ଅଭିଯୋଗ କରି ପ୍ରତ୍ୟାହର କଲେ ମଧ୍ୟ ତାଙ୍କ ବିରୋଧରେ ଏହି ନିୟମ ଲାଗୁ ହେବ। ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଏହାକୁ ବନ୍ଦ କରିବା ପାଇଁ ଆଲୋଚନାଚକ୍ର ଭଳି ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଯୋଜନା କରିଛନ୍ତି କର୍ତ୍ତୃପକ୍ଷ। ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପରିଚୟପତ୍ର (ବିଶ୍ୱବିଦ୍ୟାଳୟ ଆଇଡ଼େଣ୍ଟିଟି କାର୍ଡ) ଦେଖାଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ରେ ପ୍ରବେଶ କରିବେ। ଛାତ୍ର ଓ କର୍ମଚାରୀଙ୍କ ବ୍ୟତୀତି ଅନ୍ୟ କୌଣସି ବ୍ୟକ୍ତି କ୍ୟାମ୍ପସ୍‍ରେ ପ୍ରବେଶ କରିବାକୁ ହେଲେ ତାଙ୍କର ଗାଡ଼ି ନମ୍ବର(ଉକ୍ତ ଲୋକ ଯଦି ଗାଡ଼ି ଆଣିଥାନ୍ତି), ଫୋନ୍‍ ନମ୍ବର, ନାମ, ଠିକଣା, କେଉଁ ବ୍ୟକ୍ତିଙ୍କ ପାଖକୁ ଯାଉଛନ୍ତି ତାର ବିବରଣୀ ସୁରକ୍ଷାକର୍ମୀଙ୍କୁ ପ୍ରଦାନ କରିବା ପରେ କ୍ୟାମ୍ପସ୍‍କୁ ପ୍ରବେଶ କରିପାରିବେ। ଏହି ନୂଆ ନିୟମକୁ ୨୦୧୯ ଜାନୁଆରୀ ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।
ଖୁବ୍‍ଶୀଘ୍ର ଏନେଇ ପୂଜା କମିଟିର କର୍ମକର୍ତ୍ତା, ସାମ୍ବାଦିକ, ପୁଲିସ ଓ ଜିଲା ପ୍ରଶାସନକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ। ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଜବରଦଖଲ ଓ ଅଣଛାତ୍ର ପ୍ରବେଶ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ନିୟମିତ ବ୍ୟବଧାନରେ ଆଲୋଚନାଚକ୍ର ଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇ ବିଦ୍ୟାର୍ଥୀଙ୍କୁ ସଚେତନ କରାଯିବ ବୋଲି କୁଳପତି ଶ୍ରୀ ପାତ୍ର କହିଛନ୍ତି।
କୁଳପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୁଳସଚିବ ଅଶୋକ କୁମାର ଦାଶ, ଆଣ୍ଟି ରାଗିଂ କମିଟିର ସଦସ୍ୟ ତଥା ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ସହକାରୀ ଜିଲାପାଳ ଅଳକାରାଣୀ ଦେବତା, ସିସିଡ଼ି ପ୍ରଫେସର ସଙ୍ଗୀତା ରଥ, ୱାର୍ଡେନ ପ୍ରଫେସର ସ୍ମୃତିପ୍ରଭା ଦାସ, ଡିଏସ୍‍ଡବ୍ଲ୍ୟୁ ପ୍ରଫେସର ରୀତା ପାଇକରାୟ, ରୁସା ସଂଯୋଜକ ପ୍ରଫେସର ପଦନ କୁମାର ଜେନା, ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଡ.କିଶୋର କୁମାର ଦାସ, କ୍ରୀଡା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ, ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories