www.samajalive.in
Friday, December 5, 2025
27.1 C
Bhubaneswar

ଓଜନ କମ୍‌‌ କରିବ ଅଁଳା ଜୁସ୍‌‌

ନୂଆଦିଲ୍ଲୀ: ଆପଣ ମୋଟାପଣକୁ ନେଇ ଚିନ୍ତାରେ ଅଛନ୍ତି କି। ଅଁଳା ଜୁସ୍‌‌ ଆପଣଙ୍କୁ ମୋଟାପଣରୁ ଦୂରେଇ ରଖିବ। ଅଁଳା ଫଳରୁ ଜୁସ୍‌‌ ପ୍ରସ୍ତୁତ କରି ପିଅନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌‌ ସି ରହିଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଆୟୁର୍ବେଦରେ ଅଁଳା ଜୁସ୍‌‌ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଅଁଳା ଜୁସ୍‌‌ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ହଜମ ପ୍ରକ୍ରିୟା ଏବଂ କେଶ ଓ ଚର୍ମକୁ ମଜବୁତ କରିବା ପାଇଁ ଲାଭଦାୟକ ଅଟେ। ଏହାସହିତ ଅଁଳା ରସ ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଅଁଳା ଜୁସ୍‌‌ ଘରେ ପ୍ରସ୍ତୁତ କରି ପିଇବାକୁ ଚେଷ୍ଟା କରନ୍ତୁ।

ଆମିଷ ଖାଉନଥିଲେ ଖାଆନ୍ତୁ ଏସବୁ ଖାଦ୍ୟ: ମିଳିବ ପ୍ରଚୁର ପ୍ରୋଟିନ୍‌…

- Advertisement -

ପ୍ରଥମେ ୪-୫ଟି ସଜେତ ଅଁଳା ନିଅନ୍ତୁ। ଅଧା କପ୍‌‌ ମହୁ, ସ୍ୱାଦ ଅନୁସାରେ ଲୁଣ, ଅଧା ଚାମଚରୁ କମ ଗୋଲମରିଚ ଗୁଣ୍ଡ ଏବଂ ବରଫ। ଏହାପରେ ଭଳ ଭାବରେ ଅଁଳାକୁ ଧୋଇ ସେଥିରୁ ମଞ୍ଜି ବାହାର କରିଦିଅନ୍ତୁ। ପରେ ଏକ ଜୁର୍ସରେ ଅଁଳା, ଗୋଲମରିଚ, ଅଳ୍ପ ପାଣି, ମହୁ ଦେଇ ଭଲ ଭାବରେ ମିଶାନ୍ତୁ। ଏହାକୁ ଛାଣି ଗ୍ଲାସ୍‌‌ରେ ବାହାର କରନ୍ତୁ। ଅଳ୍ପ ବରଫ ଖଣ୍ଡ ମିଶାଇ ଏହାକୁ ପିଇଅନ୍ତୁ। ଯଦି ଆପଣ ଅଁଳା ରସକୁ ବେଶି ମିଠା କରି ପିଇବାକୁ ଚାହୁଁଛନ୍ତି ତେବେ ତେବେ ସେଥିରେ କିଛି ଗୁଡ ମିଶାଇ ପାରିବେ। ଏହାସହିତ ସ୍ୱାଦ ପାଇଁ ସେଥିରେ ଅଦା, ଲେମ୍ବୁ ମଧ୍ୟ ମିଶାଇ ପାରିବେ।
ଅଁଳା ଏକ ପୁଷ୍ଟିକର ଖାଦ୍ୟ। ଅଁଳା ରସରେ ଭିଟାମିନ୍‌‌-ସି, ଆଇରନ ଏବଂ କ୍ୟାଲସିୟମ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ। ଅଁଳା କେଶ ଓ ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories