www.samajalive.in
Monday, December 8, 2025
27.1 C
Bhubaneswar

ଇଡି ପରେ ଏନଆଇଏ ପାଳି – ଅଧିକାରୀଙ୍କୁ ଦୁର୍ବୁତ୍ତ ଭାବି ପିଟିଲେ ଲୋକେ

ଡେସ୍କ: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ ଉପରେ ହୋଇଥିବା ଆକ୍ରମଣକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି, ଏ ପ୍ରସଙ୍ଗରେ ଉଭୟ ଏନଆଇଏ ଏବଂ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ପାଇବା ପରେ ସେ କହିପାରିବେ ବୋଲି କହିଛନ୍ତି। ତେବେ ଏଭଳି ଘଟଣା ଠିକ ନୁହେଁ ବୋଲି ସେ କହିଛନ୍ତି। ଆଇନ ତା ବାଟରେ ଯିବ ଏବଂ ଗୁଣ୍ଡା ଓ ଅସାମାଜିକ ତତ୍ତ୍ୱମାନେ ଆଇନ ପ୍ରଣୟନକାରୀ ଏଜେନ୍ସିଗୁଡ଼ିକୁ ଧମକ ଦେବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ତିକ୍ତ ସମ୍ପର୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନିକୁ ଅନୁମତି – ଭାରତକୁ ମାଳଦ୍ୱୀପର ଧନ୍ୟବାଦ

- Advertisement -

ତେବେ ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜେପି ଅଯଥା ଗିରଫଦାରୀ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏନଆଇଏ ଭଳି ସଂସ୍ଥା ତଦନ୍ତ ଆଳରେ ସ୍ଥାନୀୟ ପୁଲିସକୁ ନ ଜଣାଇ ରାତି ଅଧରେ ଚଢ଼ାଉ କରିବାକୁ ମମତା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକମାନେ ଏନଆଇଏ ଅଧିକାରୀଙ୍କୁ ଦୁର୍ବୁତ୍ତ ଭାବି ଆକ୍ରମଣ କରିଛନ୍ତି।

ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ

୨୦୨୨ରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ୨ ଜଣ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ପଚରାଉଚୁରା ପାଇଁ ଏନଆଇଏ ଅଧିକାରୀ ନେଉଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଆକ୍ରମଣରେ ଏନଆଇଏର ଗୋଟିଏ ଗାଡି କ୍ଷତିଗ୍ରସ୍ତ ହେବା ସହ ୨ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories