www.samajalive.in
Monday, December 8, 2025
13.1 C
Bhubaneswar

ବିଜେପି ଛାଡ଼ିଲେ ରଘୁନାଥ ମହାନ୍ତି, ପୁଣି ବିଜେଡିକୁ ଫେରିବ ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ସରକାରରେ ମନ୍ତ୍ରୀ ଥିବା ସମୟରେ ରଘୁନାଥ ମହାନ୍ତି ବଧୂ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିଲେ। ଗିରଫ ହେବା ପରେ ତାଙ୍କୁ ବିଜେଡି ନିଲମ୍ବନ କରିଥିଲା। ତେବେ ପୁଅ-ବୋହୂଙ୍କ ମାମଲାର ସମାଧାନ ହୋଇଯିବା ପରେ ସେ ପୁଣି ବିଜେଡିରେ ଦାୟିତ୍ୱ ପାଇଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରଘୁନାଥ ବିଜେଡି ଛାଡ଼ି ବିଜେପି ଶିବିରରେ ଯୋଗ ଦେଇଥିଲେ। ଏହାପରେ ସେ ବିଜେପି ଟିକଟରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ହାରି ଯାଇଥିଲେ।

- Advertisement -

ବସ୍ତା ଆସନରୁ ରଘୁନାଥ ମହାନ୍ତି ୫ ଥର ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ସେ ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକଟରେ ଏଠାରୁ ବିଜୟୀ ହୋଇଥିବା ବେଳେ ତା’ପରେ ତିନି ଥର ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories